ପୀଡିତା ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲା ନାରାୟଣ ସେବା ଟ୍ରଷ୍ଟ

ବାରିପଦା – ତା :- 02/04/2023 ରିଖ ସ୍ଥାନୀୟ ୱାର୍ଡ ନଂ 21 ସ୍ଥିତ ବିଜୟ ରାମଚନ୍ଦ୍ରପୁର ଅଂଚଳରେ ତିନି ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ପୀଡିତା ଥିବା ବୃଦ୍ଧା ନିନି ସିଂଙ୍କୁ ସହାୟତାର ହାତ ବଢ଼ାଇଲା ନାରାୟଣ ସେବା ଟ୍ରଷ୍ଟ I ଟ୍ରଷ୍ଟ ତରଫରୁ ତାଙ୍କୁ ଔଷଧ, ହୋଲିକ୍ସ, ଫଳମୂଳ ସହ ଏକ ମାସ ପର୍ଯ୍ୟନ୍ତ ଚଳିବା ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ସହ ଆଗାମୀ ଦିନରେ ମଧ୍ୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ନିରୋଜ କୁମାର ପୋଥାଳ ଜଣାଇଛନ୍ତି I ସ୍ଥାନୀୟ ୱାର୍ଡ କାଉନସିଲର ଲକ୍ଷ୍ମୀଧର ହାବୋଡା ସରକାରଙ୍କ ତରଫରୁ ସ୍ଥାୟୀ ଗୃହ ଯୋଗାଇଦେବା ସହ ଆଶୁ ଚିକିତ୍ସା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ସୋମନାଥ ସିଂହ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ରଣଜିତ ଦାସ, ଲିଙ୍ଗରାଜ ମହାନ୍ତି, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ପିଙ୍କି ନାଏକ, ରାକେଶ କୁମାର ଦ୍ବିବେଦୀ ଓ ଧୃବେନ୍ଦ୍ର ଦାସ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ I

Leave a Reply

Your email address will not be published. Required fields are marked *