ବାରିପଦା: ତା -17/12/2025-ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ (ପୂର୍ବ) ଶାଖା ପକ୍ଷରୁ ଏଠାରେ ଭାରତବର୍ଷରେ ନିର୍ବାଚନ ସଂସ୍କାର ତଥା ମତଦାତା ତାଲିକାର “ବିଶେଷ ଗହନ ପୁନଃନିରୀକ୍ଷଣ” (ଏସ.ଆଇ.ଆର.) ର ଆବଶ୍ୟକତା ଓ ଔଚିତ୍ୟ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜିତ ହୋଇଯାଇଛି। ଦଳର ଜିଲ୍ଲା ସଭାପତି ନିହାର ମୋଦୀଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ଏହି କାର୍ଯ୍ୟକ୍ରମ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀଙ୍କ ସମାରୋପ ଉଦବୋଧନ ସହ ଏହା ଉଦଯାପିତ ହୋଇଯାଇଛି।
ବୁଧବାର ଦିନ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି କାନ୍ଦ୍ରା ସୋରେନ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ଉଦଳା ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଓ ଆଦିବାସୀ ନେତା ସୁଗଦା ମୁର୍ମୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ବିଷୟଟି ଉପରେ ମତାମତ ରଖିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାନେତ୍ରୀ ଶୋଭାବତୀ ଓତା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ ପାତ୍ର, ବାରିପଦା ନଗର ମଣ୍ଡଳର ଦୁଇ ସଭାପତି ସୁବ୍ରତ ମୁଖୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା ତଥା ସୁମନ ସିଂହ, ମମତା ମଣ୍ଡଳ, ଫାଗୁ ହାଁସଦା, ଦୋଳଗୋବିନ୍ଦ ବେହେରା, ବିଜୟ କୁମାର ଦାସ, ଦୁର୍ଗାମଣି ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *