ବାରିପଦା – ତା :- 02/04/2023 ରିଖ ସ୍ଥାନୀୟ ତକତପୁର ସ୍ଥିତ ରୁଚି ଗେଷ୍ଟ ହାଉସର ସମ୍ମିଳନୀ କକ୍ଷରେ ବଡ଼ସାହି ହାଇସ୍କୁଲ 81 ବ୍ୟାଚର ନିଆରା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି I ଏହି ବ୍ୟାଚର ସୁନାରାମ ସୋରେନ ଦୀର୍ଘ 37 ବର୍ଷ ଧରି ସୀମା ସୁରକ୍ଷା ବାହିନୀରେ ଦେଶ ପାଇଁ ସେବା କରି ଚାକିରିରୁ ନିବୃତ ହୋଇ ନିଜ ହାଇସ୍କୁଲର ସାଙ୍ଗ ମାନଙ୍କ ପାଇଁ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରିଥିଲେ I ଏହି ଉତ୍ସବରେ ବନ୍ଧୁ ଏବଂ ବନ୍ଧୁ ପତ୍ନୀ ମାନେ ଉପସ୍ଥିତ ରହି ମେଜର ସୁନାରାମକୁ ଦେଶ ପାଇଁ ତାର ତ୍ୟାଗପୁତ ଜୀବନ ପାଇଁ ଏବଂ ତାକୁ ଏଥିପାଇଁ ସହଯୋଗ କରିଥିବା ତାର ସହଧର୍ମିଣୀକୁ ବନ୍ଧୁମାନେ ସମ୍ମାନିତ କରିଥିଲେ I ପରବର୍ତ୍ତୀ ସମୟରେ ଯେ କୌଣସି କ୍ଷେତ୍ରରେ ବଳିଯାଉଥିବା ଖାଦ୍ୟକୁ ନଷ୍ଟ ନକରି ଗରିବ ଦୁଖୀ ମାନଙ୍କୁ କିପରି ଯୋଗାଇଦିଆଯିବ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଭାତ ଜେନା ପ୍ରସ୍ତାବ ଦେଇଥିଲେ ଓ ତତସହିତ ପ୍ରତି ମାସ ବୃକ୍ଷ ରୋପଣ କରିବା ପାଇଁ ସୁନୀଲ ପଟ୍ଟନାୟକ ଙ୍କ ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ I ଦୀର୍ଘ ବର୍ଷ ପରେ ସମସ୍ତେ ଏକତ୍ରିତ ହୋଇ ନିଜ ସ୍କୁଲ ସମୟରେ ବିତାଇଥିବା ଦିନକୁ ମନେ ପକାଇ ଆତ୍ମବିଭୋର ହୋଇଯାଇଥିଲେ I ଏହି ଉତ୍ସବରେ ରାଇରଙ୍ଗପୁର, ଉଦଳା, ବାରିପଦା, ବଡ଼ସାହି ତଥା ବିଭିନ୍ନ ସ୍ଥାନରେ ଥିବା ବନ୍ଧୁ ମାନେ ଯୋଗ ଦେଇଥିଲେ I