ମୟୁରଭଞ୍ଜରେ ପ୍ରଥମ ନଲେଜ ସେଣ୍ଟର ଉଦଘାଟିତ |
ବାରିପଦା -dt-11–3-2023- ସ୍ଥାନୀୟ ସାଇ ଡ଼ିଗ୍ରୀ କଳଲେଜ ଠାରେ ଓକେସିଏଲ ତରଫରୁ ପ୍ରଥମ କରି ଏକ ନଲେଜ ସେଣ୍ଟର ସ୍ଥାପନ ନିମନ୍ତେ ମହାବିଦ୍ୟାଳୟ ର ନିର୍ଦେଶକ ଅମୀୟ ଶଙ୍କର ସାହୁ ଓ ଓକେସିଏଲ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଥିଲା | ଜିଲ୍ଲା ର ଅଗ୍ରଣୀ ଅଧିକୃତ କୋମ୍ପୁଟର ତାଲିମ କେନ୍ଦ୍ର ଇଣ୍ଟରଟେକ ର ନିର୍ଦେଶକ ବଳଦେବ ଶତପଥୀ ଓ ଓକେସିଏଲ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ସମରେନ୍ଦ୍ର ବଶା ଙ୍କ ତତ୍ୱାବଧାନ ରେ ନଲେଜ ସେଣ୍ଟର ଟି ଉଦଘାଟନ ହୋଇଥିଲା | ଏହି ଉଦଘାଟନୀ ଉତ୍ସଵ ରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର ରସାୟନ ବିଭାଗ ର ମୁଖ୍ୟ ତଥା ପି. ଜି. କାଉନସିଲ ର ଚେୟାରମ୍ୟାନ ପ୍ରଫେସର ପ୍ରମୋଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ନଲେଜ ସେଣ୍ଟର ଗୁରୁତ୍ୱ ଓ ଏହାଦ୍ୱାରା ସମସ୍ତ ଛାତ୍ର ଛାତ୍ରୀ ଆଇଟି ଶିକ୍ଷା ଲାଭ କରିବା ସହିତ ଉପଯୁକ୍ତ ଜ୍ଞାନ କୌଶଳ ଓ ବିଶ୍ୱବିଦ୍ୟାଳୟ ର ସାର୍ଟିଫିକେଟ ପାଇ ପାରିବେ , ଯାହାକି ତାଙ୍କ ଭବିଷ୍ୟତ ଗଠନ ରେ ସହାୟକ ହୋଇପାରିବ ବୋଲି ମତ ରଖିଥିଲେ | ଓକେସିଏଲ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ସମରେନ୍ଦ୍ର ବଶା ଓକେସିଏଲ ର ପାଠ୍ୟକ୍ରମ ଓ ସାର୍ଟିଫିକେଟ ର ଗୁରୁତ୍ୱ ବିଷୟ ରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ | ଜିଲ୍ଲା ର ଅଗ୍ରଣୀ ଅଧିକୃତ କୋମ୍ପୁଟର ତାଲିମ କେନ୍ଦ୍ର ଇଣ୍ଟରଟେକ ର ନିର୍ଦେଶକ ବଳଦେବ ଶତପଥୀ ଏହି ନଲେଜ ସେଣ୍ଟର ର ତତ୍ୱାବଧାନ ନେବା ସହିତ ସମସ୍ତ ଛାତ୍ର ଛାତ୍ରୀ କିପରି ଆଇଟି ଶିକ୍ଷା ଲାଭ କରିବେ ତା ପାଇଁ ଓକେସିଏଲ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଅଛି | ମହାବିଦ୍ୟାଳୟ ର ନିର୍ଦେଶକ ଅମୀୟ ଶଙ୍କର ସାହୁ ଓଡିଶା ସରକାରଙ୍କର ଆଇଟି ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଓକେସିଏଲ ଅନୁମୋଦିତ ଓ ସମ୍ବଲପୁର ର ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଓଏସସିଆଇଟି ପାଠ୍ୟକ୍ରମର ସାର୍ଟିଫିକେଟ ପ୍ରଦତ୍ତ ଯାହାକି ଛାତ୍ର ଛାତ୍ରୀ ଭବିଷ୍ୟତ ଗଠନ ରେ ସହାୟକ ହୋଇପାରିବ ବୋଲି ମତ ରଖିଥିଲେ | ପରିଷେଶ ରେ ଓକେସିଏଲ ର କର୍ମକର୍ତା ଚନ୍ଦ୍ରଭାନୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ.