ଜିଲ୍ଲା ସ୍ତରୀୟ ଆନ୍ତଃ କ୍ଲବ କ୍ରିକେଟ ଲିଗ
ଡି ଆର କେ – ଏ ଚମ୍ପିୟାନ
ବାରିପଦା – ତା :- 21/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଆସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଡି ଆର କେ – ଏ ଡି ଆର କେ – ବି କୁ 5 ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଡି ଆର କେ – ବି 25.3 ଓଭରରେ 4 ଉଇକେଟ ହରାଇ 278 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅବିନାଶ ଖଣ୍ଡେଲୱାଲ 101, ସୌମ୍ୟ ରଞ୍ଜନ ମହାନ୍ତ 45, ପ୍ରୀତପାଲ ସିଂହ 43, ଭବାନୀ ଶଙ୍କର ପାତ୍ର 31 ଓ ଅନାଦି ମହାନ୍ତ 24 ରନ କରିଥିବା ବେଳେ ବିପକ୍ଷ ଦଳର ସାଇବା ସିଂ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଡି ଆର କେ – ଏ 25.3 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ଚମ୍ପିୟାନ ହୋଇଥିଲେ I ଦଳ ପକ୍ଷରୁ ଶୁଭମ ମହାନ୍ତି 61, ମନୁ ରାମ 47, ସଞ୍ଜୟ ସିଂ ଓ ସାଇବା ସିଂ 27 ରନ ଏବଂ ମୋହିତ କଙ୍କରିଆ 23 ରନ କରିଥିବା ବେଳେ ବିପକ୍ଷ ଦଳର ମେରି ଲୋକନାଥ 2 ଟି ଉଇକେଟ ନେଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ସହାୟତା କରିଥିଲେ I ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବେ ସାଇବା ସିଂ ଙ୍କୁ ପୁରସ୍କୃତ କରାଯାଇଥିଲା