ବାରିପଦା ତା ୦୫-୦୩-୨୦୨୩ ରିଖ(ସଂଜୀବ କୁମାର ରଣଜିତ ) ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଙ୍କ ସହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଙ୍କୁ ଶୁଭ ଉଦଘାଟନ କରିଥିଲେ. ପ୍ରାରମ୍ଭ ରେ ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ରକାର ନିମନ୍ତ୍ରିତ ଅତିଥି ତଥା ଉପସ୍ଥିତ ଥିବା ସମସ୍ତ ଙ୍କୁ ସ୍ୱାଗତ କରି ଏହି ଦିବସ ପାଳନ ର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ. ମୁଖ୍ୟ ଅତିଥି ଜିଲ୍ଲାପାଳ ସର୍ବ ପ୍ରଥମେ ଚୀରସ୍ମରଣୀୟ ମହାନ ଜନନାୟକ ବିଜୁ ପଟ୍ଟନାୟକ ଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅଭିଭାଷଣ ରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ସ୍ବପ୍ନ କୁ ସାକାର କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ ଦାୟିତ୍ୱ ନିର୍ବାହ କରିବା ବିଷୟରେ ଆଲୋକପାତ କରି ସେଇ ମହାନ ଜନନାୟକ ଙ୍କ ଆଦର୍ଶ ଚିନ୍ତାଧାରା ର ପ୍ରତିଫଳନ ସ୍ୱରୂପ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ରେ କ୍ଷମତା ବିକେନ୍ଦ୍ରୀ କରଣ ଦ୍ୱାରା ଆଜି ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ର ସେବା ପାଇବା ପାଇଁ ସକ୍ଷମ ହୋଇ ପାରିଛନ୍ତି ବୋଲି ଉଲ୍ଲେଖ କରିଥିଲେ. ସେଥିପାଇଁ ପୂର୍ବରୁ ଏହି ଦିନଟି କେବଳ ପଂଚାୟତିରାଜ ଦିବସ ଭାବେ ପାଳିତ ହେଉଥିବାବେଳେ ଏବେ ପଂଚାୟତିରାଜ ଦିବସ ସହିତ ଲୋକସେବା ଦିବସ ଯୋଡି ହେବା ଏକ ନୂତନ ଅଧ୍ୟାୟ ର ଆରମ୍ଭ ହେଲା ବୋଲି ମତବ୍ୟକ୍ତ କରିଥିଲେ.ମୁଖ୍ୟ ବକ୍ତା ଭାବେ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ସନ୍ଦୀପ କୁମାର ଚାନ୍ଦ ପ୍ରବାଦ ପୁରୁଷ ମହାନ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଙ୍କ ଜୀବନୀ ଉପରେ ଅଭିଭାଷଣ ଦେଇ ସେ ତାଙ୍କ ଜୀବନ ରେ କିପରି ବିଭିନ୍ନ ସ୍ତର ରେ ଗତି କରି ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇ ଥିଲେ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ. ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନଦେଓ ଖିଲାରୀ,ଜ଼ିଲ୍ଲା ପରିଷଦ ର ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଓ ଉପ ନଗରପାଳିକା ଶ୍ରୀମତୀ ସୀମା ଦାସ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ଚିନ୍ତା ଧାରାର ସ୍ମୃତି ଚାରଣ କରିବା ସହ ପଂଚାୟତିରାଜ ବ୍ୟବସ୍ଥା କୁ କିପରି ଆହୁରି ସୁଦୃଢ ଓ ସଶକ୍ତି କରଣ କରାଯାଇପାରିବ ସେ ବିଷୟରେ ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ.ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ବିଭିନ୍ନ ସରପଞ୍ଚ ମାନଙ୍କୁ ଯେଉଁମାନେ ନିଜ ନିଜ ଗ୍ରାମ ପଂଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ମୁଖ୍ୟତଃ ୯ ଟି (ପର୍ଯ୍ୟାପ୍ତ ପିଇବା ଜଳ, ସ୍ୱଚ୍ଛ ଓ ସବୁଜ, ଭତ୍ତି ଭୂମି ବିକାଶ ସୁସ୍ଥ, ଦାରିଦ୍ର୍ୟ ମୁକ୍ତି ଓ ଉନ୍ନତ ଜୀବିକା, ଶିଶୁ ଅନୁକୂଳ, ସାମାଜିକ ସୁରକ୍ଷା, ଉତ୍ତମ ପ୍ରଶାସନ ଓ ମହିଳା ଅନୁକୂଳ )ବିଷୟ ବସ୍ତୁ /କ୍ଷେତ୍ର ରେ ସଫଳ ରୂପାୟନ ପାଇଁ ଉତ୍ତମ କାର୍ଯ୍ୟ ସମ୍ପାଦନ କରିଛନ୍ତି ସେହି ୯ ଜଣ ସରପଞ୍ଚ ଙ୍କୁ ମାନପତ୍ର ଓ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଚେକ ଆକାର ରେ ପ୍ରଦାନ କରିଥିଲେ.ଏତଦ ବ୍ୟତୀତ ଏହି ୯ ଟି ବିଶେଷ କ୍ଷେତ୍ର ରେ ଜିଲ୍ଳାର ଶ୍ରେଷ୍ଠ ୩ ଟି ଗ୍ରାମ ପଂଚାୟତକୁ ବିବେଚିତ କରାଯାଇ ବଡ଼ସାହି ର ବଳଭଦ୍ରପୁର ଗ୍ରାମ ପଂଚାୟତ କୁ ପ୍ରଥମ, ରରୁଆଁ ବ୍ଲକ ର ବୈଦ୍ୟନାଥ କୁ ଦ୍ଵିତୀୟ ଓ ବିଜlତଳା ବ୍ଲକ ର ବଡ଼ଝରଣ ଗ୍ରାମ ପଂଚାୟତ କୁ ତୃତୀୟ ଭାବେ ଯଥାକ୍ରମେ ୩ ଲକ୍ଷ,୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଚେକ ଆକାର ରେ ପ୍ରଦାନ କରିଥିଲେ. ସେହିପରି ରାଜ୍ୟ ସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ମାଣତ୍ରୀ ଗ୍ରାମ ପଂଚାୟତ ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ଏହି ଜି.ପି. କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଚେକ ଆକାରରେ ପ୍ରଦାନ କରିଥିଲେ. ଏ.ପି.ଡି. ଶ୍ରୀ ସୁଶାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ.ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରୁପଭାନୁ ମିଶ୍ର, ଓରମାସ ର ଡେପୁଟି ସି. ଇ. ଓ. ଶ୍ରୀ ବିମାନ ମଲ ପ୍ରମୁଖ ଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ, ସରପଞ୍ଚ, ଜ଼ିଲ୍ଲାପରିଷଦ ର ସଦସ୍ୟ/ସଦସ୍ୟା, ଜନପ୍ରତିନିଧି ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *