ପ୍ରଦୀପ ରଥ ସଭାପତି, ବିପ୍ଳବ ବାରିକ ସମ୍ପାଦକ ଭାବେ ପୁନଃ ନିର୍ବାଚିତ l
ବାରିପଦା-25-03-2023/ଚଳିତ ମୟୁରଭଞ୍ଜ ବାର ଏସୋସିଏସନ ନିର୍ବାଚନରେ ପ୍ରଦୀପ ରଥ ସଭାପତି ଭାବେ ଓ ବିପ୍ଳବ ବାରିକ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି l ପ୍ରଦୀପ ରଥ ନିଜ ନିକଟତମ ପ୍ରତିଦ୍ବନ୍ଦୀ ପ୍ରବିର ବସା ଙ୍କୁ ପରାଜିତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ବିଜୟ ପରେ ଏହାର ଶ୍ରେୟ ସମସ୍ତ ଶୁବେଛୁ ମାନଙ୍କୁ ଦେବାସହ,ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୟୁରଭଞ୍ଜ ବାରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଆଗେଇନେବେ ବୋଲି ନବନିର୍ବାଚିତ ସଭାପତି ପ୍ରଦୀପ ରଥ କହିଛନ୍ତି l ସେହିପରି ଉପସଭାପତି ଭାବେ ସୁଜାତା ମିଶ୍ର ନିଜର ନିକଟତମ ପ୍ରତିଦ୍ବନ୍ଦୀ ସତ୍ୟବ୍ରତ ମହାନ୍ତି ଙ୍କୁ ପରାଜୟ କରି ବିଜୟ ହୋଇଛନ୍ତି l