ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି | ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମିନାର କୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ ।”କୃତ୍ରିମ ବୁଦ୍ଧିମତା ” ବିଷୟବସ୍ତୁ ଉପରେ ବିଭିନ୍ନ ବ୍ଳକରୁ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏମପିକେ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ପଦରେ ଅବସ୍ଥାପିତ ତାପସ କୁମାର ନାଏକ ଯୋଗ ଦେଇଥିଲେ । ଉଦ୍ଘାଟନୀ ସମାରୋହରେ କଣ୍ଟାପାଳ ହାଇସ୍କୁଲ ର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । କୃତୀ ପ୍ରତିଯୋଗୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରସ୍କୃତ କରିଥିଲେ | ଓଏଦ୍ଭି, ମହୁଲିଆ , ରାସଗୋବିନ୍ଦପୁର ବ୍ଲକ ର ଛାତ୍ରୀ ସୁହାନୀ ଘଟୁଆରୀ ପ୍ରଥମ , ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡିହି, ବହଳଦା ର ଛାତ୍ରୀ ଶିକ୍ଷା ସିହ୍ନା ଦ୍ବିତୀୟ , ଓଏଭି ପାସନା,ଜାମଦା ବ୍ଳକର ବିବେକ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି !ସେମିନାର ରେ ପ୍ରଥମ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାର ରେ ଅଂଶଗ୍ରହଣ କରିବେ |