ହରେକୃଷ୍ଣ ତ୍ରିପାଠୀ*ଠାକୁରମୁଣ୍ଡା ୨୬/୯(ପି ଏନ୍ ଏସ) ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜରାଜୀର୍ଣ୍ଣ ହୋଇ ପଡ଼ିଛି ପୁରୁଣା ତହସିଲଦାର ଙ୍କ କାର୍ଯ୍ୟାଳୟ। ଠାକୁରମୁଣ୍ଡା ରେ ୧,୧,୨୦୦୯ ମସିହାରେ ତହସିଲଦାରଙ୍କ କାର୍ଯ୍ୟାଳୟ ଖୋଲିଥିଲା। ଆର କେ ସାହୁ ପ୍ରଥମ ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାର୍ଚ୍ଚ ୨,୨୦୨୦ ମସିହାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ନୂତନ କାର୍ଯ୍ୟାଳୟ । ନୁଆ ଅଫିସ ହେଲା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ପୁରୁଣା କାର୍ଯ୍ୟାଳୟ l ପ୍ରତି ବ୍ଲକରେ ତହସିଲ ଘୋଷଣା ଓ ନିଯୁକ୍ତି ପରେ ବ୍ଲକ ପରିସରରେ ଏକ କାର୍ଯ୍ୟାଳୟ ତହସିଲ ଆରମ୍ଭ ହେବା ପାଇଁ ଯୋଗାଇ ଦିଆଯାଇଥିଲା l 4 ବର୍ଷ ହେଲାଣି ନୂତନ କୋଠାରେ କାମ ହେବା l ମାତ୍ର ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘରେ ପୁନଶ୍ଚ ନିୟମିତ ବିଭାଗ ଚାଲିବା ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ l ପୁରୁଣା ତହସିଲ ଏକ ସ୍ୱତନ୍ତ୍ର କୋଠା ନୁହେଁ l ବରଂ ଅନ୍ୟାନ୍ୟ ବିଭାଗ ଚାଲିଥିବା ଘର ମାନଙ୍କ ମଧ୍ୟଭାଗରେ ଏହା ଅବସ୍ଥିତ l ଯଦି ସରକାରଙ୍କ ଆବଶ୍ୟକ ନାହିଁ ତେବେ ତାହା ଅନ୍ତତଃ ସର୍ବସାଧାରଣଙ୍କ ପାଇଁ ବିଶ୍ରାମଗାର ଭାବରେ ମଧ୍ୟ ତାହା ବ୍ୟବହୃତ ହୋଇପାରନ୍ତା l ମାତ୍ର ଅବ୍ୟବହୃତ ହୋଇ ପଡିରହିବାରୁ ତାହା ଏବେ ଭୁତକୋଠି ବୋଲି ଲୋକେ କହିଲେଣି l ସରକାରୀ ଘର ବୋଲି ସେ ଘରର ଯତ୍ନ କେହି ନେଉନାହାନ୍ତି l ଘର ସାମନା ଜଙ୍ଗଲ ଭଳି ଅବସ୍ଥା l ତୁରନ୍ତ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେଉ ବୋଲି ଦାବି ହେଉଛି l

Leave a Reply

Your email address will not be published. Required fields are marked *