ବାରିପଦା: ୨୬/୦୯/୨୦୨୪:: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଉଠା ଜଳସେଚନ ପ୍ରକଳ୍ପ ଅଂଚଳରେ ଫସଲ ବିବିଧିକରଣ ଅନ୍ତର୍ଗତ ସମସ୍ତ ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଏବଂ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ, ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ସୋରେନ ଜିଲ୍ଲାରେ କାର୍ଯ୍ୟରତ କୃଷକ, ଚାଷ ପ୍ରଣାଳୀ ଏବଂ ଜିଲ୍ଲାର ବାସ୍କେତଳା ଠାରେ ଉତ୍ପାଦିତ ଦୋଷାରୀ ଆମ୍ବ, ଡ୍ରାଗନ ଫ୍ରୁଟ ଏବଂ ବିଭିନ୍ନ ସ୍ଥାନୀୟ ଚାଷ ଅନେକ ଉନ୍ନତି କରିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୧୧ଟି କ୍ଲଷ୍ଟର ମଧ୍ୟରୁ ୩ଟି କ୍ଲଷ୍ଟରର ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ଏବଂ ଫାର୍ମ ପ୍ରଡକ୍ସନ ଅର୍ଗାନାଇଜେସନଙ୍କୁ ୩ଟି ଅମଳକ୍ଷମ ଟ୍ରାକ୍ଟର, ଅଧିକ ପ୍ରଯୁକ୍ତିବିଦ୍ୟା ଶାଣିତ କୃଷି ଯନ୍ତ୍ରପାତି ଏବଂ ଅତ୍ୟାଧୁନିକ କୃଷି ଉପକରଣ ମାନ ଯୋଗାଇ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ଆଲୋଚନା ଚକ୍ର ଏବଂ ଦ୍ଵିତୀୟ ସତ୍ରରେ କୃଷି ଯାନ୍ତ୍ରିକ ପଦ୍ଧତି କାର୍ଯ୍ୟକ୍ଷମତା ବିଷୟରେ ସେମିନାର ଆୟୋଜିତ ହୋଇଥିଲା।

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଜଳସେଚନ ଏବଂ ଉଠା ଜଳସେଚନର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାରୁ ପାଖାପାଖି ୩୫୦ରୁ ୪୦୦ ଜଣ କୃଷକ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ସହକାରୀ କୃଷି ଅଧିକାରୀ ରମ୍ୟରଞ୍ଜନ ମହାପାତ୍ର, ଚାଷ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ କୌଶଳ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ସଂଚାଳନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା କରିଥିବା ବେଳେ କୃଷି ଯୋଜନା ଅଧିକାରୀ ସୁଧାଂଶୁ ପଣ୍ଡା ଓ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କୃଷି ଉପ-ନିର୍ଦ୍ଦେଶିକା ମଧୁସ୍ମିତା ଜେନା ମଂଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *