ଠାକୁରମୁଣ୍ଡା -୨/୬-ହରେକୃଷ୍ଣ ତ୍ରିପାଠୀ-୨୫/୫/୨୦୨୪ ତାରିଖରୁ ପରିବାର ପାଖରୁ ହଜି ଯାଇଥିବା ଭିନ୍ନକ୍ଷମ ବାଳକ ୨ ତାରିଖରେ ନିଜ ଘରକୁ ଫେରିଛି l ବାଳକର ଆଇ ଠାକୁରମୁଣ୍ଡା ଥାନାକୁ ଆସି ନାତିକୁ ଥାନାରୁ ଘରକୁ ନେଇ ଫେରିଛି l
ଘଟଣାରୁ ପ୍ରକାଶଯେ,ଆନନ୍ଦପୁର ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟସ୍ଥ ପଣସଡିହା ହରିଡାଘୁଟୁ ସାହିର ମଗୁଶୁରୀ ଚାମ୍ପିୟା (୧୬ ବର୍ଷ ) ଗତ ୨୫ ତାରିଖରେ ହଜି ଯାଇଥିଲା l ୨୯ ତାରିଖରେ ଠାକୁରମୁଣ୍ଡା ନିକଟସ୍ଥ ଆଖପଲାଣ ଛକ ନିକଟରୁ ଠାକୁରମୁଣ୍ଡା ଥାନା ପୋଲିସ ଉଦ୍ଧାର କରିଥିଲା ମଗୁଶୁରୀ କୁ l ଖବରକାଗଜରେ ପ୍ରକାଶ ପାଇବାପରେ ଖବର ପାଇ ଆଇ ଚମ୍ପାବତୀ ଦିଗି ନାତିକୁ ନେଇ ଘରକୁ ଫେରିଛି l ମଗୁଶୁରୀ ର ନିଜ ଘର ରରୁଆଁ ନିକଟବର୍ତ୍ତି ଜାମୁନାଳିଆ ଗ୍ରାମରେ l ମଗୁଶୁରୀ ଜନ୍ମ ପରେ ଭିନ୍ନକ୍ଷମ ହେବାରୁ କଥା କହି ନପାରିବାରୁ ତା ମା ସହିତ ମୁକ ପୁଅକୁ ତଡ଼ି ଦେଇଥିଲା ବୁଧୁରାମ ଚାମ୍ପିୟା l ସେହିଦିନ ଠାରୁ ମା ଚନ୍ଦ୍ରିକା ଚାମ୍ପିୟା ଏବଂ ପୁଅ ମଗୁଶୁରୀ ଆଈ ପାଖରେ ହରିଡାଘୁଟୁ ରେ ରହି ଆସୁଛନ୍ତି l ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଙ୍କ ପାଇଁ ଭିନ୍ନକ୍ଷମ ମଗୁଶୁରୀ ଆଜି ଘରକୁ ଫେରି ପାରିଛି ।

Leave a Reply

Your email address will not be published. Required fields are marked *