ଚଳିତ ସାଧାରଣ ନୀର୍ବାଚନ ର ଶେଷ ପର୍ଯାୟ ରେ ଆଗାମୀ ଜୁନ 1 ତାରିଖ ଦିନ ମୟୁରଭଞ୍ଜ ବାସୀ ଦୁଇ ଗୋଟି ଲୋକସଭା ପ୍ରାର୍ଥୀ ସହ ଆଠ ଜଣ ବିଧାୟକ ଙ୍କୁ ନୀର୍ବାଚିତ କରିବେ l
ଗତ 2019 ସାଧାରଣ ନିର୍ବାଚନରେ ଦୁଇ ଗୋଟି ଲୋକସଭା ଆସନକୁ ବି. ଜେ. ପି
ହାତେଇବାରେ ସକ୍ଷମ ହୋଇଥିବା ବେଳେ, ଛଅ ଜଣ ବିଧାୟକଙ୍କୁ ଓଡିଶା ବିଧାନସଭା ନିମନ୍ତେ ନିର୍ବାଚିତ କରିଥିଲେ ମୟୁରଭଞ୍ଜ ବାସୀ l
ମୟୁରଭଞ୍ଜ ଏମ. ପି ବିଶେଶ୍ୱର ଟୁଡୁ ନିଜର କାର୍ଯ୍ୟକାଳ ମଧ୍ୟରେ ନିଜେ ଜଳ ସେଚନ ମନ୍ତ୍ରୀ ଥାଇ ମଧ୍ୟ ମୟୁରଭଞ୍ଜ ଜିଲ୍ଲା ପାଇଁ ଚାଷ ପାଇ ଜଳ ସେଚନ ର ସୁବିଧା କରିବା ବଦଳରେ ଠିକାଦାର ପ୍ରିୟ ହୋଇପଡ଼ିଥିଲେ ବୋଲି ଚର୍ଚ୍ଚା ହୁଏ l ଏଥିସହ ନିଜର ଆଚରଣ ଓ ଉଚ୍ଚାରଣ ନିମନ୍ତେ ବିବାଦୀୟ ହୋଇପଡ଼ିଥିଲେ l
ଚଳିତ 2024 ନିମନ୍ତେ ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବି.ଜେ.ପି , ବିବାଦୀତ ହୋଇପଡ଼ିଥିବା ଏମ.ପି
ବିଶେଶ୍ୱର ଟୁଡୁ ଙ୍କୁ ଟିକେଟ ନ ଦେଇ, ରାଇରଙ୍ଗପୁର ବିଧାୟକ ଙ୍କୁ ଚଳିତ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ କରିଛି l
ବାରିପଦା ବି. ଜେ. ପି ବିଧାୟକ ପ୍ରକାଶ ସୋରେନ ନୀର୍ବାଚିତ ହେବାପରେ, କେନ୍ଦ୍ର ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ରେ ହୋଇଥିବା ଆନିମିତତା ଉପରେ ବାରିପଦା ପୌର ପରିଷଦ ଓ ଭିନ୍ନ ଭିନ୍ନ ସରକାରୀ କାର୍ଯ୍ୟଳୟକୁ ଯାଇ ତାଗିତ କରିବା ଆଳରେ ଠିକାଦାରୀ ପ୍ରୀତି ଯୋଗୁଁ ବିବାଦୀୟ ହୋଇଥିଲେ l ଏପରିକି ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ଙ୍କୁ ମାଡ଼ ମାରିବା ଅଭିଯୋଗ ମଧ୍ୟ ହୋଇଥିଲା l
ବି. ଜେ. ପି ଚଳିତ 2024ସାଧାରଣ ନିର୍ବାଚନରେ ପ୍ରକାଶ ସୋରେନ ଙ୍କୁ ପ୍ରାର୍ଥୀ କରିଛି l ଯାହା ବି. ଜେ. ପି ପାଇଁ ମୋଦି ଲହର ସତ୍ତେ ଚିତ୍ର ଭିତରେ ଲୁଚିରହିଥିବା ଚରିତ୍ର ର ଅନ୍ୟ ଏକ ଦାଗ ବୋଲି ସାଧାରଣରେ ଚର୍ଚ୍ଚାର ଦାନା ସଦୃଶ୍ୟ ବୋଲି ସାଧାରଣ ମୟୁରଭଞ୍ଜିଆ ଆଲୋଚନା କରୁଛନ୍ତି l