ତା: ୨୧ /0 ୫ ରିଖ, ଚଳିତ ସାଧାରଣ ନିର୍ବାଚନ ୨0୨୪ ବାରିପଦା ବିଜେଡି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ନିଜର ପ୍ରଚାର ଜୋରଦାର କରିଛନ୍ତି i ଶ୍ରୀଯୁକ୍ତ ମାରାଣ୍ଡି ନିଜର ପ୍ରଚାର ସ୍ୱରୂପ ତାଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ଷଷ୍ଠ ଥର ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ ରୂପେ ବସାଇବା ପାଇଁ ତଥା ନିଜେ ନିଜ ବାରିପଦା ନିର୍ବାଚନ ମଣ୍ଡଳୀ ରେ ବିପୁଳ ପରିମାଣରେ ଶଙ୍ଖ ଚି଼ହ୍ନରେ ଭୋଟ ଦେବାପାଇଁ ଧୂଆଁଧାର ପ୍ରଚାର ପ୍ରସାର କରିବାନିମନ୍ତେ ଆଜିବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ ନମ୍ବର ଓ ୬ ନମ୍ବର ୱାର୍ଡ ରେ ଯଥାକ୍ରମେ କାଉନସିଲର ସୁକେଶିନୀ ସେଠି ଓ କାଉନସିଲର ନିରୋଜ ସାହୁଙ୍କ ସଭାପତିତ୍ୱରେ ଶହଶହ ସଂଖ୍ୟାରେ ବିଜେଡି ସମର୍ଥକଙ୍କୁ ନେଇକି ମହିଳା ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମହିଳା ବିଜୟ ସଂକଳ୍ପ ସଭାରେ ମୁଖ୍ୟ ଅତିଥି ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଏବଂ ଅନ୍ୟ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି , ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ପୂର୍ବତନ ଉପ ନଗରପାଳ ଦୁର୍ଗାମଣି ଆଚାର୍ଯ୍ୟ,ଉପ ନଗରପାଳ ସୀମା ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ରାଜ୍ୟ ମହିଳା ସମ୍ପାଦକ ଶ୍ରାବଣୀ ଦାସ ଏବଂ ସବିତା ବେହେରା,ଟାଉନ ମହିଳା ସଭାପତି ସୁରଭି ଦାସ, ପୂର୍ବତନ ଉପ ସଭାପତି ରାଜ୍ୟ ସମବାୟ ବ୍ୟାଙ୍କ ଦ୍ରୋପଦୀ ସାହୁ,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ନାୟକ, ସମାଜସେବୀ ଅମର ସେଠି, ବରୁଣ ସାହୁ, ସତ୍ୟବ୍ରତ ଦାସ, ରବୀନ ପାତ୍ର ସମେତ ବହୁ ବିଜେଡି କର୍ମୀ ଯୋଗଦେଇ ଉଭୟ ୱାର୍ଡର କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *