ବାରିପଦା – ତା :- ୨୦/୧୧/୨୩ ରିଖ ସ୍ଥାନୀୟ ମୁର୍ଗାବାଡି ସ୍ଥିତ ବାରିପଦା ସମବାୟ ସମିତି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୦ ତମ ଅଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ସପ୍ତାହର ଅନ୍ତିମ ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମବାୟ ସମିତି ସମୂହ ଉପନିବନ୍ଧକ କୃଷ୍ଣଚନ୍ଦ୍ର ଦାସ ଓ ରେଡ଼କ୍ରସ ଆଜୀବନ ସଦସ୍ୟ ଅମର ସେଠି ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ବାଦଲ କୁମାର ସାହାଣୀ, ମୟୁରଭଞ୍ଜ ଜିଲ୍ଲା ସମବାୟ ସଙ୍ଘ ସଭାପତି ପ୍ରଦୀପ ଉପାଧ୍ୟାୟ, ଆର ସି ଏମ ଏସ ସଭାପତି ଦେବୀଦତ୍ତ ଦାଶ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ମୋଟ ୩୬ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ରେଡ଼କ୍ରସ ରକ୍ତ କେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଂଜନ ନାୟକଙ୍କ ନେତୃତ୍ୱରେ ଷ୍ଟାଫ ନର୍ସ ରୁଚିକା ଖୁରାନା ଓ ନବ କୁମାର ପଲେଇ ରକ୍ତ ସଂଗ୍ରହ କରିଥିଲେ I ତୁଷାର କୁମାର ମହାନ୍ତି, ବିଜୟ ଟୁଡୁ ତଥା ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ କର୍ମଚାରୀ, ସମବାୟ କର୍ମଚାରୀ ଓ ସମବାୟବିତ ଶିବିର ପରିଚାଳନାରେ ସହାୟତା କରିଥିଲେ I