ପାଞ୍ଚପୀଢ଼- ତା -20-11-2023-ଠାକୁରମୁଣ୍ଡା ବନାଞ୍ଚଳ କର୍ମଚାରୀ ଆଜି ଅପରାହ୍ନ ରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛନ୍ତି
ଘଟଣାରୁ ପ୍ରକାଶଯେ, ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ବରେ ବନପାଳ ତପନ ମହାନ୍ତ ଵନରଖି ଗାୟତ୍ରୀ ମହାନ୍ତ ଏବଂ ଵନବିଭାଗ କର୍ମଚାରୀ ଅପରାହ୍ନ ୫ ସମୟରେ ରେ ତରାମରା ଗ୍ରାମପଞ୍ଚାୟତ ର ବରାବିନ୍ଧା ସାହି ରେ ଚଢ଼ାଉ କରିଥିଲେ । ଜଙ୍ଗଲ କୁ ଲାଗି ବାବୁଲି ବୁଡିଓଲି ଙ୍କ ଘର ପଛପଟ ଜଙ୍ଗଲ ରେ ଥିବା ଲକ୍ଷାଧିକ ଟଙ୍କାର ଶାଳ କାଠ ଉଦ୍ଧାର କରି ରେଞ୍ଜ ଅଫିସ କୁ ଆଣିଥିଲେ। ଉଦ୍ଧାର କାଠ ମଧ୍ଯ ରେ ବଡ ଶାଳ ଲଗ ୧୪ ଟି ,ଚୌକାଠ ବନ୍ଧ ୫୦ ଟି, ଝରକା ବନ୍ଧ ୧୦ ଟି ଓ ୮ଟି ଶାଳ ପଟା ଯାହାର ଆନୁମାନିକ ମୂଲ୍ଯ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅଜ୍ଞାତ ବ୍ଯକ୍ତି ନାମରେ ମୋକଦ୍ଦମା ଋଜ୍ଜୁ କରି ଠାକୁରମୁଣ୍ଡା ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *