ପାଞ୍ଚପୀଢ଼-ତା-19-11-2023-ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବଜାର ଠାରୁ ୨କିମି ଦୂର ଜୁଆଳିକଟା ଛକ ନିକଟରେ ବଳଦ ବୋଝେଇ ପିକଅପ୍ ଓଲଟି ଜଣେ ଯୁବକ ଓ ଗୋଟିଏ ବଳଦ ର ମୃତ ହୋଇଛି।
ସକାଳ ୮ ସମୟରେ ଠାକୁରମୁଣ୍ଡା ବଜାର ଦେଇ କରଂଜିଆ ରାସ୍ତାରେ ଏକ ପିକଅପ୍ ନଂ OD 11AA 3988 ବଳଦ ବୋଝେଇ କରି ଯାଉଥିଲା। ରାଇରଙ୍ଗପୁର ରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଶରତ ଥାନା ପୋଲିସ କର୍ମଚାରୀ ଯାଉଥିଲେ। ବଳଦ ବୋଝେଇ ପିକଅପ ପୋଲିସ କୁ ଦେଖି ଛାନିଆଁ ରେ ଯୋରରେ ଗାଡି ଚଳାଇ ଜୁଆଳି ଛକରୁ ନିପାଣିଆ ରାସ୍ତାରେ ଚାଲି ଯିବାକୁ ଚେଷ୍ଟା କରି ଏକ ରାସ୍ତାରେ ପୋତା ଯାଇଥିବା ପିଲର ଖୁଣ୍ଟି ଧକ୍ମା ଦେଇ ଓଲଟି ପଡିଥିଲା।ପିକଅପ୍ ଉପରେ ବସିଥିବା ଜଣେ ଯୁବକ ଓ ବଳଦ ପିକଅପ ତଳେ ଚାପି ହୋଇ ଥିଲେ ।ଯୁବକ ଓ ଗୋଟିଏ ବଳଦ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ମୃତ ଯୁବକ ର ପରିଚୟ ମିଳିନାହିଁ। ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ପିକଅପ୍ ୯ଟି ବଳଦ ଥିଲେ ବୋଲି ପ୍ରତ୍ଯେକଦର୍ଶି କହନ୍ତି।

Leave a Reply

Your email address will not be published. Required fields are marked *