ପାଞ୍ଚପୀଢ଼-୧୮/୧୧/2023-ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଜି ଅପରାହ୍ନ ରେ ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ହୋଇଛି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡିହା ଗ୍ରାମ ପଞ୍ଚାୟତ ର ଗଣିଆଁ ଯୋଡି ଗାଁର ରାଉତ ମୁନ୍ଦୁୟା ଙ୍କ ଘର। ସ୍ତ୍ରୀ ସୁଦୁଗାମ ମୁନ୍ଦୁୟା ଙ୍କ ଚତୁର୍ଥ ଗର୍ଭ ର ଏହି ଶିଶୁ ଜନ୍ମ ନେଇଛି। ପ୍ରସବ ବେଦନା ଆରମ୍ଭ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଣସଡିହା ଗ୍ରାମ ରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସୁଥିଲେ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ଏକ ଶିଶୁ କନ୍ୟା ଜନ୍ମ ହୋଇ ଥିଲା। ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପହଞ୍ଚି ଉଲ୍ହାଇବା ପରେ ପୁଣି ଏକମୃତ ଶିଶୁ କନ୍ୟା ଜନ୍ମ ହେଲା ଯାହାର ମୁଣ୍ଡ ନାହିଁକି ହାତ ନାହିଁ।ପ୍ରଥମ ଜୀବିତ ଶିଶୁ କନ୍ୟାର ଓଜନ ୨ କେଜି ୪୧୦ ଗ୍ରାମ ଓ ମୃତ ଅଦ୍ଭୁତ ଶିଶୁ କନ୍ୟାର ଓଜନ ୨ କେଜି ୬୦ ଗ୍ରାମ। ପ୍ରକାଶ ଥାଉ କି ସୁଦୁଗାମ ଓ ରାଉତଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏପୁଅ ଅଛନ୍ତି। ଏହି ଅଦ୍ଭୁତ ଶିଶୁ କନ୍ୟା କୁ ଦେଖିବାକୁ ଲୋକ ମାନେ ମେଡିକାଲ ପରିସରରେ ଭିଡ଼ ଜମାଇଥିଲେ