ବାରିପଦା ୧୬.୧୧.୨୦୨୩

ସାରା ଭାରତ ବର୍ଷର ସମସ୍ତ ଗଣମାଧ୍ୟମ ମାନଙ୍କ ପାଇଁ ଆଜି ଜାତୀୟ ପ୍ରେସ ଦିବସ। ଏହି ଅବସରରେ, ଭାରତ ସରକାରଙ୍କର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅତି ଆନନ୍ଦ ଉଲ୍ଲାସରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ବିଶେଷ ଦିବସ ପାଇଁ ଏକ ଆଲୋଚନା ଚକ୍ର ବିଷୟ ବସ୍ତୁ “କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ” ରଖା ଯାଇଥିଲା । ଏହି ଜିଲ୍ଲା ସ୍ତରୀୟ ଦିବସ ପାଳନ ପାଇଁ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା , ମୁଖ୍ୟ ବକ୍ତା ଭାବେ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନନୀୟ ବକ୍ତା ଭାବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ଏବଂ ବିଶିଷ୍ଟ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭ ରେ ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ତଥା ପୁଷ୍ପ ଅର୍ପଣ କରି ଆନୁଷ୍ଠାନିକ ଭାବେ ସାଧାରଣ ସଭା ଉଦ୍ଘାଟନ କରିଥିଲେ। ସଭାର ପରିଚାଳନା ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି କରିଥିବା ବେଳେ ମୁଖ୍ୟ ବକ୍ତା ତଥା ଅତିରିକ୍ତ ଜିଲ୍ଲାପାଳ ମଲ୍ଲିକ ଏହି ଆଲୋଚ୍ୟ ବିଷୟ ବସ୍ତୁ ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀମତୀ ନାୟକ ଶିକ୍ଷା କ୍ଷେତ୍ରରେ କୃତ୍ରିମ ମେଧାର ପ୍ରୟୋଗ ବିଷୟରେ ନିଜର ମତ ରଖିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ଏହି କୃତ୍ରିମ ମେଧା ର ଇତିହାସ ଏବଂ ବର୍ତ୍ତମାନ ର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ ସଭାପତିତ୍ବ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପ୍ରସାଶନିକ କାର୍ଯ୍ୟରେ ବର୍ତ୍ତମାନ ପାଇଁ ଗଣମାଧ୍ୟମ ର ଆବଶ୍ୟକତା ଓ ତହିଁରେ କୃତ୍ରିମ ମେଧା ର ପ୍ରୟୋଗ ବିଷୟରେ ବିଶଦ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ନିଜ ମତ ପ୍ରଦାନ କରିବା ସହିତ ଏହି ପ୍ରେସ ଦିବସ ର ଆଗାମୀ ଦିନ ଗୁଡ଼ିକରେ ଜନ ମାନସ ଆଦୃତ ହେବା ପାଇଁ ଆସ ପୋଷଣ କରିଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତି ଙ୍କ ଠାରୁ ଅନୁମତି ନେଇ ଏହି ସାଧାରଣ ସଭା ତଥା ଆଲୋଚନା ଚକ୍ରକୁ ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଶ୍ରୀକାନ୍ତ ବେହେରା, ରମେଶ ଖୁଣ୍ଟିଆ, ଶିବ ଶଙ୍କର ଦତ୍ତ, ରବୀନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରି ଏହି ଆୟୋଜନକୁ ସଫଳ କରିଥିବା ର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *