ବାରିପଦା – ତା :- ୧୫/୧୧/୨୩ ରିଖ ସ୍ଥାନୀୟ ତୁଳସୀଚୌରା ଦୁର୍ଗାପୂଜା ପଡିଆରେ ଅନୁଷ୍ଠିତ ହେବାକୁ ଥିବା ୯ମ ବାର୍ଷିକ ତୁଳସୀଚୌରା ପ୍ରିମିୟାର ଲିଗ – ଲୋଚନା ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଆଲୋକ ସ୍ପୋର୍ଟିଂ, ବ୍ଲାକ ପାନ୍ଥର, ଥ୍ରୀଲର, ଭି – ରୋର, ଜଗନ୍ନାଥ ସ୍ପୋର୍ଟିଂ, ମା’ ଦୁର୍ଗା ସ୍ପୋର୍ଟିଂ, ବୋଡାମ ଫାଇଟର ଓ ଏମ. କେ. ସି. ମୋଟ ୮ଟି ଦଳ ଅଂଶ ଗ୍ରହଣ କରି ଟୁର୍ଣ୍ଣାମେଣ୍ଟର ରୂପରେଖ ଉପରେ ଆଲୋଚନା କରିଥିଲେ I ଡିସେମ୍ବର ୧ ତାରିଖରେ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅକ୍ସନ ପ୍ରକ୍ରିୟା ହେବାପରେ ଡିସେମ୍ବର ୧୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବବୋଲି ଆୟୋଜକ କମିଟି ମୁଖ୍ୟ ଗଦାଧର ନାୟକ ଜଣାଇଛନ୍ତି I ଚମ୍ପିୟାନ ଦଳକୁ ୮୦ ହଜାର ଓ ରନର୍ସ ଅପ ଦଳକୁ ୬୦ ହଜାର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସୌମ୍ୟରଂଜନ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ I ସମସ୍ତ ଦଳର ମାଲିକ ଗଦାଧର ନାୟକ, ସୌମ୍ୟରଂଜନ ମିଶ୍ର, ରୂପ ନାରାୟଣ ସେଠି, ଗୌରାଙ୍ଗ ଦେ, ସ୍ମୃତି ରଂଜନ ମହାନ୍ତି, ରାମେଶ୍ୱର ମାଝୀ, ବିସ୍ମୟ ରଞ୍ଜନ ଖିଲାର, ସମ୍ବିତ ସାହା ତଥା ଆୟୋଜକ କମିଟିର ସତ୍ୟଜିତ କର, ୟାସିନ ଆଲାମ, ବାବୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଗୌତମ ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I