ଠାକୁରମୁଣ୍ଡା – ୧୩ ତାରିଖ ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ସମୟରେ ଶିମିଳିପାଳ ଉତ୍ତର ବନଖଣ୍ଡ ଅଧିନ କେନ୍ଦୁମୁଣ୍ଡି ବନାଞ୍ଚଳ ପାଟବିଲ-ଖାଲପଡି ରାସ୍ତାରେ ଯାଉଥିବା ଏକ ଅଟୋରୁ ୩.୬ କିଲୋଗ୍ରାମ ଓଜନର ବଜ୍ରକାପ୍ତା କାତି ଶିମିଳିପାଳ ବନ୍ୟପ୍ରାଣୀ ସହକାରୀ ସଂରକ୍ଷକ ସମ୍ରାଟ ଗୈାଡଙ୍କ ନେତୃତ୍ୱରେ ଵନ ବିଭାଗର ଏକ ଟିମ୍ ଜବତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗୁଇନ୍ଦା ସୂତ୍ରରୁ ଶିମିଳିପାଳ ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ବଜ୍ରକାପ୍ତା କାତି ଚୋରା ଚାଲାଣ ହେଉଥିବା ଖବର ପାଇ ଶ୍ରୀ ଗୈାଡଙ୍କ ନେତୃତ୍ୱରେ କରଞ୍ଜିଆ ବନପାଳ, କାଦଡିହା ବନପାଳ, ଦୁଧିଆଣି ବନପାଳ, କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବନାଞ୍ଚଳ ଓ ଠାକୁରମୁଣ୍ଡା ବନ ବିଭାଗ ସହଯୋଗରେ ଚଢ଼ାଉ କରିଥିଲେ। ସେମାନଙ୍କ ନିକଟରୁ ୩.୬ କିଲୋଗ୍ରାମ ବଜ୍ରକାପ୍ତା କାତି, 4 ଟି ମୋବାଇଲ ଜବତ୍ କରାଯାଇଛି। ଗିରଫ ହୋଇଥିବା ଚୋରାଚାଲାଣ କାରୀ ମାନେ ହେଲେ କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ଖାଲପଡି ଗାଁର ମାଟୁ ହୋ(୪୦), କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି ଗାଁର ଗୈାରାଙ୍ଗ ମାଙ୍କଡିଆ(୩୫), ଠାକୁରମୁଣ୍ଡା ବ୍ଲକ କେଶଡିହା ପଞ୍ଚାୟତ ଚିରୁପଦା ଗାଁର ମାଣିକ ଦେଓଗାମ(୨୫) ଓ କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ବାଲିଭୋଳ ଗାଁର ସାଲାଏ ସିଦୁ(୪୦)।ଆଜି ସେମାନଙ୍କୁ ଠାକୁରମୁଣ୍ଡା ଜେଏଫଏମସି କୋର୍ଟରେ ହାଜର କରାଯାଇଥିଲା । ତେବେ ଏହି ଚଢ଼ାଉ ସମୟରେ ୫ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ବନ ବିଭାଗ କହିଛି l

Leave a Reply

Your email address will not be published. Required fields are marked *