ବାରିପଦା: ତା ୧୪/0୮ ରିଖ,ଅଗଷ୍ଟ ୧୫ ତାରିଖ ଦିନ ୭୭ ତମ ସ୍ୱାଧୀନତା ଦିବସ ଅବସରରେ ମୟୁରଭଞ୍ଜ ଜିଲ୍ଲାରେ ପାଳିତହେବାକୁ ଥିବା ସ୍ୱାଧୀନତା ଉତ୍ସବ ପ୍ୟାରେଡରେ ଭାଗନେଇଥିବା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଏନ. ସି. ସି ଟ୍ରୁପ୍ସ ଆଦି ମାନଙ୍କରୁ ବେଷ୍ଟ ଏନ. ସି.ସି. ଉଭୟ ସ୍କୁଲ ଓ କଲେଜ ଏବଂ ବେଷ୍ଟ ପାରଫୋରମେନ୍ସ କୁ ହ୍ୟୁମାନ ରାଇଟ୍ସ ୟା. ଡି. ସି ଓଡିଶା ଶାଖା ତରଫରୁ ରାଜ୍ୟ ସଭାପତି ସୁକୁମାର ରଞ୍ଜନ ପ୍ରଧାନ ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ୩ ଟା ଟ୍ରଫି ( ପୁରସ୍କାର )ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଅଛନ୍ତି l ସେ ଦୀର୍ଘ ଦଶବର୍ଷ ହେବ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଅନୁଷ୍ଠାନ ତରଫରୁ ଏହି ପୁରସ୍କାର ଦେଇଆସୁଅଛନ୍ତି l
