ବାରିପଦା – ତା :- 19/05/2023 ରିଖ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ 16 ବର୍ଷରୁ କମ ରାଜ୍ୟ ସ୍ତରୀୟ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଆଜି କଟକ ବାରବାଟୀ ଷ୍ଟାଡିୟମରେ ଯୋଗ ଦେଇଛନ୍ତି I ଦଳରେ ଅଧିନାୟକ ମୋହିତ ପ୍ରହରାଜ, ଉପ ଅଧିନାୟକ ସୁରାଇ ହେମ୍ବ୍ରମ ଙ୍କ ସମେତ ରୋଶନ ଚୌଧୁରୀ, ମହେଶ୍ୱର ସର୍ଦ୍ଦାର, ପ୍ରତୀକ ରଞ୍ଜନ ମୁଣ୍ଡା, ସାଇ ସୁହାନ ପୃଷ୍ଟି, ପ୍ରିୟଙ୍କ ପଟ୍ଟନାୟକ, ଅଙ୍କିତ ଅମନ ଦାଶ, ସାଇ ସୁମନ ବାରିକ, ସରୋଜ ରୁଗୁ, ଯତୀନ ସାହା, ଦିବ୍ୟ ରଞ୍ଜନ ସାହୁ, ଶୁଭମ ସାନ୍ତରା, ରଶ୍ମି ରଞ୍ଜନ ମହାପାତ୍ର ଓ ତୁଷାର ଅଗ୍ରୱାଲଙ୍କ ସହିତ କୋଚ ସୁମନ ମହାନ୍ତି ଗସ୍ତ କରିଛନ୍ତି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ମୟୁରଭଞ୍ଜର ପ୍ରଥମ ମ୍ୟାଚ ଆସନ୍ତା କାଲି ପୁରୀ ସହିତ ଅଛି ବୋଲି କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ରଙ୍କ ସୂତ୍ରରୁ ପ୍ରକାଶ I