ବାରିପଦା – ତା – 16/05/2023 ରିଖ ବାରିପଦା ସହରର ଏକ ନମ୍ବର ୱାର୍ଡର ବେଲଗଡ଼ିଆ ସ୍ଥିତ ପଞ୍ଚାନନ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ସଂକୀର୍ତ୍ତନ ଦଳକୁ ଏକ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠି ସମ୍ବର୍ଦ୍ଧିତ କରିଛନ୍ତି I ଝିଞ୍ଜିରୀବନ୍ଧର ଏହି ଦଳ ବୈଶାଖ ମାସ ସାରା ସଂକୀର୍ତ୍ତନ କରି ଅମ୍ବିକା ମନ୍ଦିରଠାରୁ ଵେଲଗଡିଆ ପର୍ଯ୍ୟନ୍ତ ପରିଭ୍ରମଣ କରିଥାନ୍ତି I ଏବର୍ଷ ପ୍ରଥମ ଥର ପାଇଁ ଏହି ଦଳରେ ଥିବା 23 ଜଣଙ୍କୁ ଉତ୍ତରୀୟ ପ୍ରଦାନ କରି କାଉନସିଲର ଶ୍ରୀମତୀ ସେଠି ସମ୍ବର୍ଦ୍ଧିତ କରିଥିବାରୁ ମନ୍ଦିର କମିଟି ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି I ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ସନ ବାରିକ, ପ୍ରକାଶ ବେହେରା, ଦୀପକ ମିଶ୍ର, ରବି ବେହେରା, ଶିରୀଶ ଭୁଜବଳ, ସଂଶୟ ମହାନ୍ତି, ନିବେଦିତା ବେହେରା, ଜଲୀ ଭୁଜବଳ, ଜୟସ୍ମିତା ମହାନ୍ତି, ହରିହର କର, ନରେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I ସମାଜସେବୀ ଅମର କୁମାର ସେଠି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I