ବାରିପଦା – ତା – 11/05/2023 ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଭଂଜପୁର ସାଇ ସତସଙ୍ଗ – 2023 ଚଳିତ ମାସ 13 ତାରିଖ ( ଶନିବାର ) ଅନୁଷ୍ଠିତ ହେବାକୁ ଯାଉଅଛି I ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ସଭାପତି ଶାନ୍ତନୁ ପ୍ରଧାନ ଜଣାଇଛନ୍ତି I ଦୀର୍ଘ 12 ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି I ଏ ବର୍ଷ କାର୍ଯ୍ୟକ୍ରମ ସକାଳ 5.30 ରୁ ଆରମ୍ଭ ହୋଇ ରାତି 11.30 ପର୍ଯ୍ୟନ୍ତ ଚାଲିବ ବୋଲି ସମ୍ପାଦକ ଅଂଶୁମାନ ମଣ୍ଡଳଙ୍କ ସୂତ୍ରରୁ ପ୍ରକାଶ I ସନ୍ଧ୍ୟାରେ ସୁନାମଧନ୍ୟ ସାଇ ଭଜନ ଗାୟକ କୁମାର ଦିଲ୍ଲୀପ ଓ ସାଥୀଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ପରେ ପରେ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କୋଷାଧକ୍ଷ ଅବନୀ ଶଙ୍କର ଷଢଙ୍ଗୀ କହିଛନ୍ତି I ବହୁ ସଂଖ୍ୟାରେ ଯୋଗ ଦେଇ ବାବାଙ୍କ ଆଶୀର୍ବାଦ ଲାଭ କରିବାକୁ ଆୟୋଜକ କମିଟି ତରଫରୁ ଅନୁରୋଧ କରିଯାଉଛି I

Leave a Reply

Your email address will not be published. Required fields are marked *