ଦାବି ପୁରଣ ନହେଲେ ୧୬ ତାରିଖରୁ ରାଜ୍ୟ ବ୍ଯାପି ଆନ୍ଦୋଳନ

ବାରିପଦା-ଜିଲ୍ଲାର କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ପୂରଣ କରିବା ନେଇ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ଜିଲ୍ଲାବ୍ୟାପି କଳା ବ୍ଯାଚ୍ ଧାରଣ କରିଛନ୍ତି। ଜିଲ୍ଲାର ବିଦ୍ଯୁତ୍ କର୍ମଚାରୀ ଓ ସମସ୍ତ ମହାସଂଘର ଦାବି ସମର୍ଥନ କ୍ରମେ ଓପିଟିସିଏଲ ମ୍ଯାନେଜମେଣ୍ଟକୁ ବିରୋଧ କରି ମଙ୍ଗଳବାର ଠାରୁ ଜିଲ୍ଲାର ସମସ୍ତ ବିଦ୍ଯୁତ୍ ସେକ୍ସନ୍, ସବ-ଡିଭିଜନ ଏବଂ ଡିଭିଜନ ସ୍ତରୀରେ କଳା ବ୍ଯାଚ୍ ଧାରଣ ପୂର୍ବକ କାର୍ଯ୍ୟ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ଜିଲ୍ଲାର କାର୍ଯ୍ୟରତ ୩ ହଜାରରୁ ଉର୍ଦ୍ଧ୍ବ ବିଦ୍ଯୁତ୍ କର୍ମଚାରୀ ମାନେ ଉକ୍ତ ବିକ୍ଷୋଭରେ ସାମିଲ ହୋଇଥିଲେ।
ଦାବି ଗୁଡିକ ମଧ୍ୟରେ କର୍ମଚାରୀ ମାନଙ୍କର ବେତନରେ ପାର୍ଥକ୍ୟ କରିବା ବନ୍ଦ ହେବା, କ୍ଯାଡର ପୁନର୍ବିନ୍ୟାସ କରି ୧/୦୪/୨୦୧୫ ପୂର୍ବରୁ ଲାଗୁ କରିବା, ବେଆଇନ ଭାବେ ହୋଇଥିବା ଚାକିରି ସର୍ତ୍ତାବଳୀକୁ ବାତିଲ କରିବା, ନୂତନ ମଜୁରୀ ନିର୍ଦ୍ଧାରଣ ୧/୪/୨୦୨୦ରୁ ଆଲୋଚନା କରି ତୁରନ୍ତ ଲାଗୁ କରିବା, ସମସ୍ତ ଦରମାଗତ ଅସଙ୍ଗତ ପ୍ରସଙ୍ଗ ଦୂର କରିବା, ୨୫୩୦ ଏବଂ ୩୩୩୦ ଗ୍ରେଡପେ ହଟାଇବା, ଓଏଜି ୧,୨,୩ ସହିତ ଟେକ୍ନିକାଲ ୧,୨,୩ କର୍ମଚାରୀକୁ ସମାନ କରିବା ପ୍ରଭୃତି ମୁଖ୍ୟ ଦାବି ରହିଛି। ତେବେ ଉକ୍ତ ଦାବି ଗୁଡିକ ପୂରଣ ନେଇ ଆସନ୍ତା ମେ ୧୫ ତାରିଖ ସୁଦ୍ଧା ଓପିଟିସିଏଲ ମ୍ଯାନେଜମେଣ୍ଟ ସମ୍ମତି ପ୍ରଦାନ ନକରନ୍ତି, ତେବେ ମେ ୧୬ରୁ ଭୂବନେଶ୍ୱର ଓପିଟିସିଏଲ କାର୍ଯ୍ଯାଳୟ ସମ୍ମୁଖରେ ରାଜ୍ୟର ହଜାର ହଜାର ବିଦ୍ଯୁତ୍ କର୍ମଚାରୀ ବିକ୍ଷୋଭ ସହ ପ୍ରତିବାଦ କରିବେ ବୋଲି ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି ଜେନେରାଲ ସେକ୍ରେଟାରୀ ଜ୍ୟୋତିକୃଷ୍ଣ ବେହେରାଙ୍କ ପରିଚାଳନା ରେ ଉପସଭାପତି ଆର୍ତ୍ତବନ୍ଧୁ ବିଶ୍ଵାଳ, ବାରିପଦା ଡିଭିଜନ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଦୀପ୍ତିକାନ୍ତ ଭୂୟାଁ, ଦେବାଶିଷ ବେହେରା, ଜ୍ଞାନ ରଞ୍ଜନ ପରିଡା, ଜ୍ୟୋତି ଲାଲ ବିଶ୍ଵାଳ, ବୁଦ୍ଧେଶ୍ବର ମାରାଣ୍ଡି, ପାର୍ଥସାରଥୀ ଦାସ, କୃଷ୍ଣ ପଦ ମହାନ୍ତ, ସିଦ୍ଧେଶ୍ବର ମହାପାତ୍ର, ସଞ୍ଜୟ ଘୋଷ, ଦୀନେଶ ଗୁପ୍ତା, ସୁମନ ସଞ୍ଜିତ ମହାନ୍ତ,ଦୀପକ ମହାନ୍ତ, ଆଶିଷ ପୁହାଣ, ସତ୍ୟରଞ୍ଜନ ପାଣିଗ୍ରାହୀ, ଜିତୁ ମହାପାତ୍ର, ପ୍ରବିର ମହାପାତ୍ର, ପଦ୍ମଲୋଚନ ହେମ୍ବ୍ରମ ପ୍ରମୁଖ ନେତୃତ୍ବ ନେଉଥିଲେ।

Leave a Reply

Your email address will not be published. Required fields are marked *