ବାରିପଦା – ତା 08/05/2023 ରିଖ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ପ୍ରଯୋଜନାରେ ତିନି ଦିନିଆ ନାଟକୋତ୍ସବ 7 ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ମୂଖ୍ୟ ଅତିଥିଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ତିନି ଦିନିଆ ନାଟକୋତ୍ସବ ବେଶ ଦର୍ଶକଙ୍କୁ ପ୍ରଭାବିତ କରିଛି ଓ ଆଗାମୀ ଦିନରେ ବାରିପଦା ପୌରପାଳିକା ତରଫରୁ ଏକ ନାଟକ ମହୋତ୍ସବର ଆୟୋଜନ କରିବ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଅଭିନେତା ଓ ସିନେମା ନିର୍ଦେଶକ ତାପସ ସରଘରିଆ, ବାରିପଦା କଳାକାର ପରିବାରର ସଭାପତି ଧୀର ବସା, ବରିଷ୍ଠ ଅଭିନେତା ଓ ନିର୍ଦେଶକ ତଥା ନାଟ୍ୟକାର ଖିରୋଦ କୁମାର ସିଟ, ନାଟକର ନିର୍ଦେଶକ ଅନ୍ନଦା ଶଙ୍କର ଦାଶ ତଥା ଓଡ଼ିଆ ସିନେ ଜଗତର ଚକଲେଟ ବୟ ସ୍ୱରାଜ ବାରିକ ପ୍ରମୁଖ ଯୋଗ ଦେଇ ନାଟକ ଦେଖିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିବାରୁ ଦର୍ଶକ ମାନଙ୍କୁ ଧନ୍ୟବାଦ ଦେଇଥିଲେ I ଶେଷ ସନ୍ଧ୍ୟାର ନାଟକ ଅଶୁଭ ଲଗ୍ନା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା I ବହୁ ବର୍ଷ ପରେ ପୁରା ଭବନଟି ଦର୍ଶକଙ୍କ ଦ୍ୱାରା ପୁରା ଭରି ରହିଥିବାର ଦେଖିବାକୁ ମିଳିଥିଲା I ଶେଷ ପର୍ଯ୍ୟନ୍ତ ସମସ୍ତେ ନାଟକଟିକୁ ଉପଭୋଗ କରିଥିଲେ I ଅନ୍ନଦା ଶଙ୍କର ଦାଶ, ଅଶୋକ ପଟ୍ଟନାୟକ , ଜ୍ଞାନ ପଣ୍ଡା, ରାଜେଶ ଦାଶ,କୁନ୍ଦନ ଭଞ୍ଜ, ପ୍ରସନ୍ନ, ଶିବ, ସୌମ୍ୟ, ବିବେକ, ସୁଶ୍ରୀ ପଦ୍ମଜା ଓ ଫ୍ଲୋରିନା ପ୍ରମୁଖ ଉଚ୍ଚ କୋଟିର ଅଭିନୟ କରିଥିଲେ I ଏହି ଅବସରରେ ଲେଖିକା ତଥା ସଂଗଠିକା ସୁଚରିତା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

Leave a Reply

Your email address will not be published. Required fields are marked *