ବ୍ୟୁରୋରିପୋର୍ଟ ଶିମିଳିପାଳଖବର-
ନବରଙ୍ଗପୁର -ତା-30-04-2023-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା ଉଚ୍ଚ ବିଦ୍ୟାଳୟ ଓ ତେନ୍ତୁଳିଖୁଣ୍ଟି ଦିବ୍ୟ ହୃଦୟ ଉଚ୍ଚ ବାଳିକା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଅତି ଦୃତ ଗତି ରେ ଆରମ୍ଭ ହୋଇଯାଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ଠିକାଦାର ରଙ୍ଗ ବେରଙ୍ଗ ରେ ବିଦ୍ୟାଳୟ ଗ୍ୟଟ ଠାରୁ ଆରମ୍ଭ କରି, ବିଦ୍ୟାଳୟ ପାଚେରୀ ନିର୍ମାଣ, କଂକ୍ରିଟ ରାସ୍ତା ନିର୍ମାଣ, ସାଇକେଲ ରହଣି ସ୍ଥାନ ଖୁବ୍ ଜୋର ସରରେ, ଉପରେ ଉପରେ ସଜାଇ ଚାଲିଛି। ସତେ ଯେମିତି କି କୌଣସି ଅଧିକାରୀ ୬ମାସ ମଧ୍ୟରେ ଦେଖିଲେ ରୂପ ରେଖ୍ ଠିକଠାକ ଅଛି ଭାବିବେ। ଯେମିତି ସେମିତି କାର୍ଯ୍ୟ କରିଲେ ମଧ୍ୟ ବିଭାଗୀୟ ଅଧିକାରୀ କାମ ବିଲ୍ କରିବାକୁ ହେଲା କରୁନ ଥିବା ଦେଖିବାକୁ ମିଳୁଛି। କେଉ ବିଦ୍ୟାଳୟ ରେ କେତେ ମୋ ସରକାର ୫ଟି ଅନୁଦାନ ଦେଇଛନ୍ତି,ନା ଅଛି ନାମ ଫଳକ 1 ଏପରିକି ବ୍ଲକ୍ ରେ କୌଣସି ବିଦ୍ୟାଳୟ ରେ ନାମ ଫଳକ ଦେଖିବାକୁ ମିଳୁନାହି। 1 କେବଳ ମୋ ସରକାର ନାମରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି ବୋଲି ଶୁଣିବାକୁ ମିଳୁଛି। ଗତ ମାର୍ଚ୍ଚ ମାସ ରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ବ୍ଲକ୍ ରେ ମୋ ସରକାର ନାମରେ ଚାଲିଥିବା ବିଦ୍ୟାଳୟ ଗୁଡ଼ିକ ର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରି ଦେଖିଥିଲେ। ଆଜି ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ କାମତା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରି ଫେରି ଥିବା ଜଣା ପଡ଼ିଛି । ସେ ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ବୁଲିଦେଖି ସଂପୂର୍ଣ୍ଣ ବିବରଣୀ ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଅବଗତ କରିବେ ବୋଲି ସୂଚନା ମିଳିଛି । ଆଜି କାମତା ବିଦ୍ୟାଳୟ ରେ ନିମ୍ନ ମାନର ବାଲି ଓ ବହୁତ୍ ଦିନର ସିମେଣ୍ଟ ରେ ଯତର ମତର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ମାର୍ବଲ୍ ପ୍ଲେଟ ଗୁଡ଼ିକ ଅଙ୍କା ଭଙ୍କା ହୋଇ ସଂପୂର୍ଣ୍ଣ ଭାବେ ମିଶୁ ନ ଥିବା ଦେଖି ବାକୁ ମିଳିଛି।ଏ ନେଇ ବିଦ୍ୟାଳୟ କମିଟି ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ପଚାରୀ ବାରୁ ସେ କାମତା ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଉଥିଲେ। ସେତେବେଳେ କୌଣସି ବିଭାଗୀୟ ଯନ୍ତ୍ରୀ ଙ୍କୁ ଦେଖି ନାହାନ୍ତି। କେବଳ ଠିକାଦାର କାର୍ଯ୍ୟ କରୁଥିବା ଦେଖିଥିଲେ। ସେ ନିମ୍ନ ମାନର କାର୍ଯ୍ୟ କୁ ନେଇ ମୁହଁ ଖୋଲି ନାହାନ୍ତି। ଅପରପକ୍ଷେ, ଏ ନେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ କୁ ପଚାରିବାରୁ ସେ ବିଦ୍ୟାଳୟ ଗୁଡ଼ିକ ନିରୀକ୍ଷଣ କରିଛନ୍ତି ।ସେ ଦ୍ୱୀତ୍ତୀୟ ଥର ବିଦ୍ୟାଳୟ ଗୁଡ଼ିକ ନିରୀକ୍ଷଣ କରିବାକୁ ଖୁବ୍ ଶୀଘ୍ର ଯିବେ 1 କାର୍ଯ୍ୟ ନିମ୍ନ ମାନର କରିଥିଲେ, ସମ୍ପୃକ୍ତ ଠିକାଦାର ଙ୍କୁ ଆଉ ଥରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଏଥିରେ ଖିଲାପ୍ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଥିଲେ।