ବାରିପଦା – ତା :- 24/04/2023 ରିଖ ସ୍ଥାନୀୟ କଲେଜ ପଡିଆରେ ଆମେ 85 ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ବାରିପଦା ଏକ୍ସପୋ ଓ ଫୁଡ ଫେୟାର ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ମେଳାକୁ ଉଦଘାଟନ କରିବା ସହ ମେଳାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଛବି ମାହାଳୀ, ଏକ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠି ଓ 16 ନମ୍ବରର ଦିପ୍ତୀରେଖା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ସୁନାରାମ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଡ୍ରିମ୍ସ ଇଣ୍ଡିଆ ସ୍କୁଲର ଅଧ୍ୟକ୍ଷା ଅଞ୍ଜନୀ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ I ସୋମନାଥ ସିଂହ ଓ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ I ଏ ବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ 80 ଟି ଷ୍ଟଲ ପ୍ରଦର୍ଶିତ ହୋଇଛି I ତତ ସହିତ ଫୁଡଷ୍ଟଲ, ଦୋଳି, କୁନିକୁନି ପିଲାମାନଙ୍କ ପାଇଁ ମିକି ମାଉସ ଓ ଟ୍ରାମ୍ପୋଲିନ ମଧ୍ୟ ଲାଗିଛି I ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି I ମେ 3 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ଗୌତମ ରାୟ ଜଣାଇଛନ୍ତି I