ବାରିପଦା – ତା :- 24/04/2023 ରିଖ ସ୍ଥାନୀୟ ବାଘଡ଼ାରୋଡ଼ ସ୍ଥିତ ଭଂଜେଶ୍ୱର ମନ୍ଦିର ନିକଟରେ ଶ୍ରୀ ଶ୍ରୀ ସାଇ ପରିବାର ଟ୍ରଷ୍ଟ ଆନୁକୂଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ସତ୍ୟ ନାରାୟଣ ପୂଜା, ଆଳତୀ ସହ ସନ୍ଧ୍ୟାରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଇବାବାଙ୍କ ଭଜନ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଦ୍ଵିତୀୟ ଦିନ ବିଶ୍ୱଶାନ୍ତି ଯଜ୍ଞ, ସାଇ ଭଜନ ସନ୍ଧ୍ୟା ସହ ପ୍ରସାଦ ବଣ୍ଟନ କରାଯାଇଥିଲା I ଦୀର୍ଘ 11 ବର୍ଷ ଧରି ଏହି କାର୍ଯ୍ୟକ୍ରମ ହୋଇଆସୁଛି ବୋଲି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଡ଼. ରାଧାକୃଷ୍ଣ ବିଶ୍ୱାଳ ଜଣାଇଛନ୍ତି I ଶହ ଶହ ଭକ୍ତଙ୍କ ସମେତ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଶିଳ୍ପପତି ଗିରିଶ ଚନ୍ଦ୍ର ଦାସ, ଉପ ନଗରପାଳ ସୀମା ଦାସ, 16 ନମ୍ବର କାଉନସିଲର ଦୀପ୍ତିରେଖା ପଟ୍ଟନାୟକ, ସମାଜସେବୀ ଅମର ସେଠି ଓ କ୍ଷେତ୍ରମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ସାନ୍ନିଦ୍ଧ ଲାଭ କରିଥିଲେ I

Leave a Reply

Your email address will not be published. Required fields are marked *