ବାରିପଦା – ତା :- 23/04/2023 ରିଖ ସ୍ଥାନୀୟ ତୁଳସୀଚୌରା ସ୍ଥିତ କବରଖାନା ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ପରିବାର ତରଫରୁ ନିମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିମ୍ବାଧର ସାହୁ, ନିରୋଜ କୁମାର ପୋଥାଳ, ସର୍ଦ୍ଦାର ହରି ଚରଣ ସିଂହ, ମାନସ କୁମାର ବାଗ, ପୂର୍ଣ୍ଣ ଚନ୍ଦ୍ର ଦାସ ଓ ରେଖା ରାଣୀ ସିଂହ ପ୍ରମୁଖ ଉପସ୍ଥିତ ରହି ନିମ୍ୱ ଚାରା ରୋପଣ କରିଥିଲେ I ପ୍ରକାଶ ଥାଉକି ଏହି ସଂଗଠନ ବର୍ଷ ସାରା ସହର ଏବଂ ଗ୍ରାମାଞ୍ଚଳରେ ଚାରା ରୋପଣ କରି ଆସୁଅଛି I
