ବାରିପଦା – ତା :- 22/04/2023 ରିଖ ରାଜ୍ୟ ସ୍ତରୀୟ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଅଧିନାୟକ ଫାଗୁ ହେମ୍ବ୍ରମ, ଉପ ଅଧିନାୟକ ମାନଚିତ୍ର ମାରାଣ୍ଡି, ତଥା ଗୁଲିଆ ସୋରେନ, ଗୋସାଇଁ ଟୁଡୁ, ନାରଣ ମୁଣ୍ଡା, ଲଦ ମୁର୍ମୁ, ଆଲୋକ ଦାସ, ଜହର ସୋରେନ, ପବନା ମାରାଣ୍ଡି, ଅଜିନ ମିଞ୍ଜ, ସାକିଲା ମାଝୀ, ସୁନୀଲ ମୁର୍ମୁ, ସୁରେନ୍ଦ୍ର ତିରିଆ, ସାଇବାରIମ ହାଁସଦା, ସୁକୁଲ ମୁର୍ମୁ, ବିନ୍ଦୁ ହେମ୍ବ୍ରମ, ଠାକୁର ହେମ୍ବ୍ରମ, ଠାକୁରା ମୁର୍ମୁ, ରନିକ ମାଝୀ, କୃଷ୍ଣଚନ୍ଦ୍ର ଜାରିକା, ରାମଚନ୍ଦ୍ର ବେଶ୍ରା, ବାବୁଲି ନାଏକ ପ୍ରମୁଖଙ୍କ ସମେତ ମ୍ୟାନେଜର କୈଳାଶ ଚନ୍ଦ୍ର ବେହେରା ଏବଂ କୋଚ ରବି ହେମ୍ବ୍ରମ ଓ ହାଜାମ ମାରାଣ୍ଡି ସାମିଲ ଅଛନ୍ତି I 24 ତାରିଖ ଦିନ ପ୍ରଥମ ମ୍ୟାଚ ଥିବାରୁ ଦଳ ଆସନ୍ତା କାଲି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଆଜି ଅପରାହ୍ନରେ ଷ୍ଟାଡିୟମ ପରିସରରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଏସୋସିଏସନର ଉପସଭାପତି ମନୋଜ କୁମାର ସାଓ, କୋଷାଧକ୍ଷ ଅମିତାଭ ଦାସ, ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି, ବରିଷ୍ଠ ଖେଳାଳି ଅମୁଲ୍ୟ ମିଶ୍ର, ଆନପା ମାଝୀ, ନନ୍ଦଲାଲ ମହାପାତ୍ର, ମଣ୍ଟୁ ଦା, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ପ୍ରସନ୍ନଜିତ ମହାନ୍ତି, ହରପ୍ରସାଦ ପାତ୍ର, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ ଉମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I