ବାରିପଦା – ତା :- 12/04/2023 ରିଖ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହଯୋଗରେ ବାଲେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ନେଚର କିୟର ଏଣ୍ଡ ଯୋଗିକ ସାଇନ୍ସ ଦ୍ୱାରା ପରିଚାଳିତ ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତା ବିନ୍ୟାସ – 2023 ରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ 225 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ଏହି ପ୍ରତିଯୋଗିତାରେ ବାରିପଦାର ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ସତ୍ୟପ୍ରକାଶ ଦାସ ଅଂଶଗ୍ରହଣ କରିଥିବା ବେଳେ ଦେବାଶିଷ ବାରିକ ଚତୁର୍ଥ ଏବଂ ପ୍ରକାଶ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିବା ଫଳରେ ମୟୁରଭଞ୍ଜ 16 ରୁ 25 ବର୍ଷ ବର୍ଗରେ ଦଳଗତ ଚମ୍ପିୟାନ ହୋଇଛି I ସେହିପରି ମହିଳା ବିଭାଗରେ ଆରତୀ ସିଂ, ଅଂଶୀକା ବରାଳ, ମୋନାଲିସା ବାରିକ, ଦୀପିକା ବାରିକ ଅଂଶ ଗ୍ରହଣ କରିଥବା ବେଳେ ରେଖା ବେହେରା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ I 26 ବର୍ଷରୁ ଉର୍ଦ୍ଧ ମହିଳା ବିଭାଗରେ ସ୍ଵର୍ଣ୍ଣଲତା ମାହାନା ତୃତୀୟ, ମମତା ବାରିକ ଚତୁର୍ଥ ଓ ସ୍ୱରୂପା ସାହୁ ପଞ୍ଚମ ଅଧିକାର କରିଥିଲେ I ଜାତୀୟ ସ୍ତରୀୟ ବିଚାରକ ଭାବେ ମୟୁରଭଞ୍ଜର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *