ହରେକୃଷ୍ଣ ତ୍ରିପାଠୀ-ଠାକୁରମୁଣ୍ଡା- ଆଜି ଅପରାହ୍ନ ରେ ୨ଟି ପୃଥକ ପୃଥକ ବାଇକ ଦୁର୍ଘଟଣା ରେ ୪ ଜଣ ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ର ପତରତୁଳା ଘାଟିରେ ତେଲ ସରିଯିବାରୁ ଟ୍ରାକ୍ଟର OD11V0754 ଠିଆ ହୋଇ ଥିଲା। କରଞ୍ଜିଆ ବ୍ଳକ ର କଳାକାଦା ଗ୍ରାମ ର ଅଜୟ କୁମାର ନାଏକ 35 ନିଜ ଶଶୁର ଘରକୁ ବାଇକ OD 11T 6951 ଯୋଗେ ଆନନ୍ଦପୁର ଯାଉ ଥିବା ବେଳେ, ଟ୍ରାକ୍ଟର ପଛକୁ ଧକ୍କା ଦେଇ ବାଇକ ସହିତ ଛିଟିକି ପଡି ଗୁରୁତର ଆହତ ହୋଇ ଥିଲେ । ଆହତ ଅଜୟକୁ କିଛି ଯୁବକ ସେଠାରୁ ଆଣି ଠାକୁରମୁଣ୍ଡା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତାଙ୍କୁ ଅଧିକଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି । ସେହିପରି ମହୁଲଡିହା ଥାନା ଅନ୍ତର୍ଗତ ଗୋଗଭଂଗା ଘାଟିରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ୩ଜଣ ଆହତ ହୋଇ ଛନ୍ତି । ଭିଣେଇ ଘରକୁ ଆସି ୩ ଜଣ ବାଇକ ଯୋଗେ ନିଜ ଘର ଢେଙ୍କାନାଳ କୁ ଫେରୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇ ଥିଲେ । ଆହତ ଜୁଲା ହେମ୍ବ୍ରମ 19,ହରି ହେମ୍ବ୍ରମ 22,ଚନ୍ଦ୍ର ମୁଣ୍ଡା22 ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *