ବାରିପଦା ତା.୦୬.୦୪.୨୩ ରିଖ
ନେସ୍କୋ ପାୱାର ଏମ୍ପେ୍ଲାଇଜ୍ ସଂଘ ସର୍ବନିମ୍ନ ମଜୁରୀ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଆଜି ଦିଆଯାଇଅଛି । ବର୍ତ୍ତମାନ ଦରଦାମର ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ବର୍ତ୍ତମାନ ସରକାରଙ୍କର ସର୍ବନିମ୍ନ ମଜୁରୀରେ ଠିକା କର୍ମଚାରୀଙ୍କର ପ୍ରତିପୋଷଣରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ବିତରଣ ଭଳି ଏକ ଅତ୍ୟାବଶ୍ୟକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ ଗ୍ରାହକ ମାନଙ୍କୁ ୨୪ଘଣ୍ଟା ବିଦ୍ୟୁତ୍ ଯୋଗାଇବା ପାଇଁ ନିଜ ଜୀବନକୁ ବିପନ୍ନ କରିବା ପାଇଁ ପଛାଉନଥିବା ଠିକା କର୍ମଚାରୀ ଅତି ସ୍ୱଳ୍ପ ମଜୁରୀ ପାଇଁ ନିଜର ପ୍ରତିପୋଷଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛି ।
ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସର୍ବନିମ୍ନ ମଜୁରୀ କମ୍ ଥିବାରୁ ଏହାର ବୃଦ୍ଧି ପାଇଁ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟତଃ ପଞ୍ଜାବ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମୁକାଶ୍ମୀରରେ ଠିକା କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ଓଡ଼ିଶା ଠାରୁ ଅଧିକ ଅଛି । ବର୍ତ୍ତମାନ ଆମ ରାଜ୍ୟରେ ଅଣକୁଶଳୀ ୩୩୩ ଟଙ୍କା, ଅର୍ଦ୍ଧକୁଶଳୀ ୩୭୩ ଟଙ୍କା, କୁଶଳୀ ୪୨୩ ଟଙ୍କା ଓ ଉଚ୍ଚକୁଶଳୀ ୪୮୩ ଟଙ୍କା ଥିବା ସ୍ଥଳେ ସଂଘ ତରଫରୁ ଏହା ୪୦ ଶତକଡ଼ା ବୃଦ୍ଧି କରି ଅଣକୁଶଳୀଙ୍କୁ ୪୭୦ ଟଙ୍କା, ଅର୍ଦ୍ଧକୁଶଳୀ ୫୩୦ ଟଙ୍କା, କୁଶଳୀ ୬୦୦ ଟଙ୍କା ଓ ଉଚ୍ଚକୁଶଳୀଙ୍କୁ ୬୯୦ ଟଙ୍କା ପ୍ରଦାନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦିଆଯାଇଛି । ଆଗାମୀ ଦିନରେ ସଂଘ ଏହା ଆଶାବାଦୀ ଯେ ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରି ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ମାନଙ୍କ ମୁହଁରେ ହସ ଫୁଟାଇବେ ।
ସଂଘର ଜିଲ୍ଲା ସଭାପତି ସୁବ୍ରମନ୍ୟମ ମହାନ୍ତିଙ୍କ ନେତୃତ୍ୱରେ ଉପସାଧାରଣ ସମ୍ପାଦକ ଜ୍ୟେତିକୃଷ୍ଣ ବେହେରା, ସହ-ଡିଭିଜନ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡ଼ା, ଉଦଳା ପର୍ଯ୍ୟବେକ୍ଷକ ଜ୍ୟୋତି ଲାଲ ବିଶ୍ଵାଳ, ସଞ୍ଜୟ କୁମାର ଘୋଷ, ସୁମନ ସଞ୍ଜିତ୍ ମହାନ୍ତ, ଚନ୍ଦନ ଜେନା, ଦିନେଶ ଗୁପ୍ତା, ଅଚ୍ୟୁତ କୁମାର ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।