ବାରିପଦା – ତା :- 25/03/2023 ରିଖ – ସ୍ଥାନୀୟ କଲେଜ ପଡିଆରେ 7ମ ବାର୍ଷିକ କଲେଜ ଫିଲ୍ଦ ପ୍ରିମିୟାର ଲିଗ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ମା ଜଗଦ୍ଧାତ୍ରୀ ୱାରିୟାର୍ସ ଜଗନ୍ନାଥ ୱାରିୟାର୍ସକୁ 6 ରନରେ ପରାସ୍ତ କରି ଏ ବର୍ଷ ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ମା ଜଗଦ୍ଧାତ୍ରୀ ୱାରିୟାର୍ସ 8 ଓଭରରେ 5 ଉଇକେଟ ହରାଇ 79 କରିଥିଲେ I ଦଳ ପକ୍ଷରୁ ରାଜୀବ ସିଂହ ସର୍ବାଧିକ 17, ଅଶ୍ବିନୀ ଘୋଷ 15 ଓ ପ୍ରୀତିଦେବ ଜେନା 14 ରନ କରିଥିବା ବେଳେ ବିପକ୍ଷ ଦଳର ସୁଧାକର ନାଏକ 3 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜଗନ୍ନାଥ ୱାରିୟାର୍ସ 8 ଓଭରରେ 8 ଟି ଉଇକେଟ ହରାଇ 73 ରନ କରିପାରିଥିଲେ I ଦଳ ପକ୍ଷରୁ ସୁଧାକର ନାଏକ ସର୍ବାଧିକ 19, ମନୋଜ ସି ଓ ସୁଵିତ ସେଠି 15 ରନ ଲେଖାଏଁ କରିଥିବା ବେଳେ ବିପକ୍ଷ ଦଳର ସଂଜୀବ କୁମାର ମହାପାତ୍ର 4 ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ସୌମ୍ୟ ରଞ୍ଜନ ରଣା ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ଦେଇଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, କ୍ରୀଡ଼ାବିତ ଗିରିଶ ଚନ୍ଦ୍ର ଦାସ, ନାରୀ ନେତ୍ରୀ ଛବି ମାହାଲି, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି, ଦେବାଶିଷ ଦାସ, ଅରୁଣ ବରାଡ଼ ଓ ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଚମ୍ପିୟାନ ଦଳକୁ 50 ହଜାର ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ 40 ହଜାର ଓ ଟ୍ରଫି ପ୍ରଦାନ କରାଯାଇଛି I ମ୍ୟାନ ଅଫ ଦି ମ୍ୟାଚ ସଂଜୀବ ମହାପାତ୍ର ଓ ମ୍ୟାନ ଅଫ ଦି ସିରିଜ ସୁଧାକର ନାଏକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି I

Leave a Reply

Your email address will not be published. Required fields are marked *