ଆଜି ତା ୨୨-୦୩-୨୩ ରିଖ ବାରିପଦାସ୍ଥିତ ବିଜୁଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ବାରିପଦା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟ ବିଜୁ ମହିଳା ଜନତା ଦଳର ସମ୍ପାଦିକା ତଥା ବିଜେଡି ମହିଳା ସଂଯୋଜିକା ଶ୍ରାବଣୀ ଦାସଙ୍କ ପୌରାହିତ୍ୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବାରିପଦା ପୌରପରିଷଦର ଉପନଗରପାଳ ସୀମା ଦାସଙ୍କ ନେତୃତ୍ୱରେ ସମସ୍ତ ମହିଳା କାଉନ୍ସିଲର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଆଜିର ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ତାଙ୍କ ଅଭିଭାଷଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଯେଉଁ ୩୩% ସଂରକ୍ଷଣ କରିଥିଲେ ତାହା ଆଜି ସାକାର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଦେଇ ମହିଳାଙ୍କୁ ସ୍ୱାବଲମ୍ବୀ କରି ଆସୁଥିବାବେଳେ ମହିଳାଙ୍କୁ ସମ୍ମାନ, ସମାନତା ଓ ସଶକ୍ତକରଣ କରିବାକୁ ଚାଷ, ବ୍ୟବସାୟ, ବିଭିନ୍ନ ବିଭାଗରେ ମହିଳାଙ୍କୁ ଅଗ୍ରାଧିକାର ଦେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ଦେଇଥିଲେ ।
ସଭା ମଧ୍ୟରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଆଭାସୀ ଜରିଆରେ ସମସ୍ତ ମହିଳା କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦର ଅଧ୍ୟକ୍ଷ ଭାରତୀ ହାଁସଦା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ସଂଯୋଜିକା ଉର୍ମିଲତା ଦାସ, ରାଜ୍ୟ ମହିଳା ଏବଂ ଶିଶୁ ବିକାଶ କମିଶନ ର ସଦସ୍ୟ ଛବି ମାହାଲି ତାଙ୍କ ଅଭିଭାଷଣରେ ମିଶନ ଶକ୍ତି ଆଜି ଓଡିଶାରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିପାରିଛି । ମହିଳାମାନଙ୍କୁ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଙ୍ଗଠିତ କରି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ ହୋଇପାରିଛନ୍ତି । ସେମାନଙ୍କୁ ନିରନ୍ତର ଆର୍ଥିକ ସହାୟତା, ଦକ୍ଷତା ବିକାଶ ର ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷ କମଳା ତିରିଆ, ବାରିପଦା ନିର୍ବାଚନ ମଣ୍ଡଳୀର ସଂଯୋଜକ ପ୍ରଭାତ ନାୟକ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦା, ଜିତେନ୍ଦ୍ର ମହାନ୍ତି, ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା, ବିଣାପାଣି ସାହୁ, ସବିତା ବେହେରା ସମ୍ପା ମଜୁମଦାର, କାଉନସିଲର ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ଶିଖା ସ୍ୱାଇଁ, ପୂଜା ତରେଇ, ଅମ୍ବିକା ସାହୁ, ମୂର୍ଚ୍ଛନା ମହାନ୍ତି, ରୀନା ଶର୍ମା, ପ୍ରଭାତୀ ପୃଷ୍ଟି, ନିରୁପମା ମହାନ୍ତି, ଦୀପ୍ତିରେଖା ପଟ୍ଟନାୟକ, ସବିତା ପାଲ, ଗୀତା ସିଂ, ଖୁଣା୍ଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପୁଷ୍ପଲତା ମାରାଣ୍ଡି, ବଡସାହି ବ୍ଲକର ସମିତି ସଭ୍ୟ ଦୁଲଗୁ ସୋରେନ, ଲକ୍ଷ୍ମୀ ଗିିରି, ପାର୍ବତୀ ବେହେରା, ସୁମିତ୍ରା ମନ୍ତ୍ରୀ, ଶୁକ୍ରୁ ସିଂ, ଶାନ୍ତିଲତା ପାତ୍ର, ସହଦାରି ସିଂ, ଝରଣା ସୋରେନ, ବାରିପଦା ବ୍ଲକର ସମିତି ସଭ୍ୟ ମମତା ସେଠୀ, ପାର୍ବତୀ ହେମ୍ବ୍ରମ୍, ସୁନୀତା ସିଂ, ରୀନା ଦେହୁରୀ, ସୁହାଗି ମୁର୍ମୁ, ଜିଲ୍ଲା ପରିଷଦର ସଦସ୍ୟ ସତ୍ୟଭାମା ମହାନ୍ତ, କବିତା ସିଂ, ଲିପିନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ବାରିପଦାର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଛୋଟ ଛୋଟ ନାଟକ ଏବଂ ମନୋରଞ୍ଜନ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଖୁଣ୍ଟା ବ୍ଲକ, ବାରିପଦା ବ୍ଲକ ଏବଂ ବାରିପଦା ପୌରପରିଷଦରୁ ଏହି ମହିଳା ସମାବେଶରେ ପ୍ରାୟ ୩୦୦୦ ରୁ ଅଧିକ ମହିଳା କର୍ମୀ ଭାଗନେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ରାଜ୍ୟର ଦାୟିତ୍ୱ ଗ୍ରହଣ କରିବେ ସେଥିପାଇଁ ସଂକଳ୍ପ ନେଇଥିଲେ ।