ବାରିପଦା ତା.14-03-2023. ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଳାପାଳ ତଥା ଜିଲ୍ଲା ବିପର୍ଯୟ ପରିଚାଳନା ପ୍ରାଧିକରଣ ଅଧ୍ୟକ୍ଷ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଗ୍ରୀଷ୍ମ ପ୍ରବାହ ରେ ଯେପରି ଜନ ଜୀବନ ପ୍ରଭାବିତ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଶ୍ରମ, ପରିବହନ, ପ୍ରାଣୀ ସମ୍ପଦ ଓ କୃଷି କ୍ଷେତ୍ର ରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି. ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ବୈଠକ ରେ ଓଡିଶା ବିପର୍ଯୟ ପରିଚାଳନା ପ୍ରାଧିକରଣ ଏବଂ ଏସ. ଆର. ସି. ଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡ଼ି ଭାବେ ଅନୁପାଳନ କରିବା ପାଇଁ ବିଭିନ୍ନ ବିଭାଗ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି.କ୍ରମଶଃ ଖରା ବଢୁ ଥିବାରୁ ଅଂଶୁଘାତ ର ପ୍ରତିକାର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଜିଲ୍ଲା ର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ରେ ପର୍ଯ୍ୟାପ୍ତ ପରିମାଣ ଓଆରଏସ ମହଜୁଦ ରଖିବା ସହିତ ଅଂଶୁଘାତ ପ୍ରକୋଷ୍ଠ କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି .ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ 24×7 ନିୟନ୍ତ୍ରଣ କକ୍ଷ ଖୋଲିବା ସହ ଜିଲ୍ଲା ନିୟନ୍ତ୍ରଣ କକ୍ଷ,ଜ଼ିଲ୍ଲା ପରିଷଦ,ବ୍ଲକ, ତହସିଲ, ପୌରପାଳିକା, ବିଜ୍ଞାପିତ ଅଂଚଳ ପରିଷଦ ଆର ଡବ୍ଲ୍ୟୁ ଏସ ଏସ ଇତ୍ୟାଦି ସରକାରୀ କାର୍ଯ୍ୟାଳୟ ରେ 24×7 ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦିଆଯାଇଛି.ସେହିପରି ଗ୍ରାମାଞ୍ଚଳ ରେ ଅଚଳ ନଳକୂପ ଗୁଡିକ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି. ଗ୍ରାମ ଜଳ ଯୋଗାଣ ଓ ବ୍ଲକ କତୃପକ୍ଷ ମିଳିତ ଭାବେ ଗ୍ରାମ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇ ପାଇପ ଜଳ ଯୋଗାଣ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି. ଜଳକ୍ଲୀଷ୍ଟ ଅଂଚଳ ଗୁଡିକ ଚିହ୍ନଟ କରି ଉକ୍ତ ଅଂଚଳ ର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ବୈଠକ ରେ ସ୍ଥିର ହୋଇଛି. ନିର୍ଧାରିତ ସମୟ ନିର୍ଘଣ୍ଟ ଅନୁପାଳନ ପୂର୍ବକ ଶ୍ରମିକ ମାନଙ୍କୁ ଯେପରି ପ୍ରଚଣ୍ଡ ଦ୍ବିପହରରେ ଦିବା 11 ଟା ରୁ ଅପରାହ୍ନ 3-00 ପର୍ଯ୍ୟନ୍ତ କୌଣସି ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ନକରାଯାଏ ସେ ସମ୍ଭନ୍ଧ ରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି.ଯାତ୍ରୀବାହୀ ବସଗୁଡିକ ରେ ପାନୀୟ ଜଳ, ଓଆରଏସ ପ୍ୟାକେଟ ଏବଂ ଆଶୁ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ପାଇଁ ବସ ମାଲିକଙ୍କୁ ପରାମର୍ଶ ଦିଆଯାଇଛି ଏବଂ ଖୋଲା ଗାଡ଼ିରେ ଯାତ୍ରୀ ପରିବହନ ତଥା ଓଭର ଲୋଡିଂ ରୋକିବା ପାଇଁ ଆର.ଟି.ଓ/ଏ.ଆର.ଟି.ଓ ଙ୍କୁ ନିର୍ଦେଶ ଦିଆଯାଇଛି.ଜରୁରୀ ଆବଶ୍ୟକତା ନଥିଲେ ବିଦ୍ୟୁତ ସରବରାହକୁ ନକାଟିବାକୁ ଟାଟା ପାୱାର କତୃପକ୍ଷ ଙ୍କୁ ନିର୍ଦେଶ ଦିଆଯାଇଛି. ବାରିପଦା ଓ ରାଇରଙ୍ଗପୁର ପୌରପାଳିକା ସହିତ ଉଦଳା ଓ କରଞ୍ଜିଆ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଯଥା ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ବଜାର ଇତ୍ୟାଦି ଜନଗହଳି ସ୍ଥାନ ମାନଙ୍କରେ ଜଳ ଛତ୍ର ଖୋଲିବା କୁ ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି.ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ମାନେ ନିଜସ୍ୱ ଖର୍ଚ୍ଚ ରେ ଜଳଛତ୍ର ଖୋଲି ପାରିବେ.ସେହିପରି ଆକସ୍ମିକ ଅଗ୍ନିକାଣ୍ଡ କୁ ପ୍ରତିରୋଧ କରିବା ଦିଗରେ ଅଗ୍ନିଶମ ସେବା ଅଧିକାରୀ ଙ୍କୁ ସମସ୍ତ ଅନୁସଙ୍ଗିକ ଉପକରଣ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆହେଇଛି. ବନାଗ୍ନି କୁ ରୋକିବା ପାଇଁ ଜଙ୍ଗଲ ପାର୍ଶ୍ଵ ବର୍ତ୍ତୀ ବସବାସ କରୁଥିବା ଲୋକ ଙ୍କୁ ସଚେତନ କରାଇ ଜଙ୍ଗଲ ସମ୍ପଦ କୁ ସୁରକ୍ଷିତ ରଖିବା ପାଇଁ ବନଖଣ୍ଡ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି.ଅତ୍ୟନ୍ତ ଆବଶ୍ୟକ ନଥିଲେ ଖରା ରେ ବାହାରକୁ ନବାହାରିବା, ଅତ୍ୟାବଶ୍ୟକ କ୍ଷେତ୍ରରେ ବାହାରକୁ ଯିବାର ଥିଲେ ପ୍ରଚୁର ପାଣି, ଦହି, ଲେମ୍ବୁ ପାଣି ଇତ୍ୟାଦି ପିଇବା ଓ ସଙ୍ଗରେ ନେବା ସହ ଛତା, କଳା ଚଷମା, ଟୋପି ବ୍ୟବହାର କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି.ଅଂଶୁଘାତ ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି.ସେହିପରି ଗୃହପାଳିତ ପଶୁ ଗୁଡିକୁ ଖରାରେ ବାହାରକୁ ନଛାଡିବା ତଥା ଅନ୍ୟାନ୍ୟ ପଶୁ ପକ୍ଷୀ ଙ୍କ ପାଇଁ ନିଜ ନିଜ ଘର ପାଖରେ ଓ ଛାତ ଉପରେ ପାତ୍ର ରେ ପାଣି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସକାଳୁଆ ସ୍କୁଲ ସମ୍ପର୍କ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ନିର୍ଦେଶନାମା ର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି.ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସୁଥିବା ପିଲା ମାନଙ୍କୁ ସଙ୍ଗରେ ପାଣି ବୋତଲ ଆଣିବା ପାଇଁ ପରାମର୍ଶ ଦେବା ସହିତ ଛାତ୍ର ଛାତ୍ରୀ ମାନଂକୁ ଅଂଶୁଘାତ ରୁ ଉପଶମ ପାଇବା ପାଇଁ ଟିପ୍ସ ସମ୍ଭନ୍ଧ ରେ ଅବଗତ କରାଇବେ. ଅଂଶୁଘାତ ଜନିତ ମୃତ୍ୟୁ ଖବର ପ୍ରଶାସନ କୁ 24 ଘଣ୍ଟା ମଧ୍ୟରେ ଅବଗତ କରାଇ ସ୍ଥାନୀୟ ତହସିଲଦାର/ଅତିରିକ୍ତ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀ ଓ ଡାକ୍ତର ଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ 48 ଘଣ୍ଟା ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କୁ ଅବଗତ କରାଯିବା ନିୟମ ସମ୍ଭନ୍ଧ ରେ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା.ମାତ୍ର ଚଳିତ ବର୍ଷ ଆମ ଜିଲ୍ଲା ରେ ଅଂଶୁଘାତ ଜନିତ ମୃତ୍ୟୁ ଯେମିତି ଆଦୌ ନ ହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ସହଯୋଗ କାମନା କରି ବୈଠକ ରେ ଯୋଗଦାନ କରିଥବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ. ଅନୁଷ୍ଠିତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ଅତରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ, ଦୌଲତ ଚନ୍ଦ୍ରକାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼କ୍ଟର ରୁପଭାନୁ ମିଶ୍ର, ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକଟର ସୁଜୟ କୁମାର ପତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ଜିଲ୍ଳାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକା /ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ, ସିଡିପିଓ ଓ ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ମାନେ ସାମିଲ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ.