ବାରିପଦା – ତା :- 10/03/2023 ରିଖ ସ୍ଥାନୀୟ ବାରିପଦା ମ୍ୟୁନିସିପାଲିଟି ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାରୁତି ସେନା ଆନୁକୂଲ୍ୟରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବାରିପଦା ମ୍ୟୁନିସିପାଲିଟିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କ ସହ ହୋଲି ଖେଳିବା ସହ ସଂଗଠନ ତରଫରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି I ବର୍ଷ ତମାମ ଖରା, ବର୍ଷା, ଶୀତକୁ ଖାତିର ନକରି ଏହି ମହିଳା ମାନେ ସହରକୁ ସଫାସୁତୁରା ରଖିବା ପାଇଁ କଠିନ ପରିଶ୍ରମ କରିଥାନ୍ତି ମାତ୍ର ସେମାନଙ୍କୁ ସମସ୍ତେ ଅଣଦେଖା କରିଥାନ୍ତି ବୋଲି ଜିଲ୍ଲା ସଭାନେତ୍ରୀ ଶୁଭସ୍ମିତା ବେହେରା ପ୍ରକାଶ କରିଛନ୍ତି I ସେମାନଙ୍କୁ ସମ୍ମାନିତ କରିବା ଅବସରରେ ସଂଗଠନର କର୍ମକର୍ତ୍ତା ବେଶ ଉତ୍ସାହିତ ଥିବାର ଲକ୍ଷ୍ୟ କରାଯାଇଥିଲା I ଅତିଥି ଭାବେ ଯୋଗ ଦେଇ ଉପ ନଗରପାଳ ସୀମା ଦାସ, ସମାଜସେବୀ ନିରୋଜ ପୋଥାଳ ତଥା ରାଜ୍ୟ ଉପଦେଷ୍ଟା ରଞ୍ଜିତ ରାଉତ କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ I ଏହି ପରିପେକ୍ଷୀରେ ଉପ ନଗରପାଳ ଶ୍ରୀମତୀ ଦାସଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସେନାର ଉପ ସଭାପତି ବିନୋଦ ଲୋହାର, ନଗର ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ଦୀପକ ଦାସ, ନିରୁପମା ବେହେରା, ପ୍ରମୁଖ ପରିଚାଳନା କରିବାରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *