ବାରିପଦା – ତା :- 10/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଆସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ମ୍ୟାଚରେ ଡି ଆର କେ ବି ବି ଜେ ଏମ ସି ସି କୁ 7 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି 31 ଓଭରରେ ସମସ୍ତ ଉଇକେଟ ହରାଇ 138 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶେଖ ନଫିସୁଲ ହୁସେନ 44 ଓ ଦୀପକ ମୁଣ୍ଡା 39 ରନ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟ ରଞ୍ଜନ ଦାସ 4 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଡି ଆର କେ ବି 21 ଓଭରରେ 3 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଅବିନାଶ ଖଣ୍ଡେଲୱାଲ 51 ଓ ପ୍ରୀତପାଲ ସିଂହ 42 ରନ କରିଥିବା ବେଳେ ବିପକ୍ଷ ଦଳର ଅର୍ଜିତ ମିଶ୍ର 2 ଟି ଉଇକେଟ ନେଇଥିଲେ I ଦିବ୍ୟ ରଞ୍ଜନ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ନେତା କଳିଙ୍ଗ କେଶରୀ ଜେନା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ସହ ସମ୍ପାଦକ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I