ବାରିପଦା – ତା :- 09/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ତଥା ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଓ ବୈଦ୍ୟନାଥ ରଥ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ 9 ଟି କ୍ଲବ ଅଂଶ ଗ୍ରହଣ କରିଛନ୍ତି ଓ ଚଳିତ ମାସ 21 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଉଦଘାଟନୀ ମ୍ୟାଚରେ ଡି ଆର କେ କ୍ଲବ ମୟୁରଭଞ୍ଜ ବି କ୍ଲବକୁ 240 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଡି ଆର କେ ନିର୍ଦ୍ଧାରିତ 40 ଓଭରରେ 6 ଉଇକେଟ ହରାଇ ମନୁ ରାମଙ୍କ ଶତକ ବଳରେ 362 ରନ ସଂଗ୍ରହ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶୁଭମ ଶ୍ରୀଚନ୍ଦନ ମହାନ୍ତି 74 ଓ ସୁବ୍ରତ ସିଂହ 57 ରନ କରିଥିବା ବେଳେ ବିପକ୍ଷ ଦଳର ମାନସ ରଞ୍ଜନ ମହାନ୍ତ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ବି 23.5 ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର 122 ରନ କରିପାରିଥିଲେ I ଦଳ ପକ୍ଷରୁ ଦୀନକୃଷ୍ଣ ନାୟକ 37 ରନ କରିଥିବା ବେଳେ ବିପକ୍ଷ ଦଳର ମୋହିତ କଂକାରିଆ 4 ଟି ଉଇକେଟ ନେଇଥିଲେ I ସୁବ୍ରତ ସିଂହ 3 ଟି ଉଇକେଟ ଅକ୍ତିଆର କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *