ବାରିପଦା :ତା 06-03-2023 ରିଖ. ଆଜି ବାରିପଦା ଠାରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଚଳିତ ବର୍ଷ ମାର୍ଚ୍ଚ 3 ତାରିଖ ରୁ 9 ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପାଳନ ହେଉଥିବା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ -2023 ପାଳିତ ହୋଇଯାଇଛି.ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ସୀଙ୍କୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ସମ୍ମାନିତ ଅତିଥି ଙ୍କ ସହ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ. ସଭା ଆରମ୍ଭ ରେ ସ୍ୱାଧାର କେନ୍ଦ୍ର ଅନ୍ତେବାସୀମାନେ ହୃଦୟ ସ୍ପର୍ଶି ନୃତ୍ୟ ସଂଗୀତ ଜରିଆରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇ ଥିଲେ. ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ନାରୀ ଭଗବାନ ଙ୍କ ଏକ ଅନନ୍ୟ ସୃଷ୍ଟି ବୋଲି ଅଭିହିତ କରି ସାମ୍ପ୍ରତିକ ସମାଜ ରେ ମହିଳା ମାନଙ୍କ ପ୍ରତି ବଢ଼ି ଚାଲିଥିବା ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଯଥା ଘରୋଇ ହିଂସା,କାଯ୍ୟ କ୍ଷେତ୍ର ରେ ଯୌନ ଶୋଷଣ, ଲିଙ୍ଗ ଗତ ବୈଷମତା ପାଇଁ ପାରିବାରିକ ନିର୍ଯାତନା,ସାମାଜିକ କୁସଂସ୍କାର ଜନିତ ଯୌତୁକ ନିର୍ଯ୍ୟାତନା ସହିତ କମୋଳମତି ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାର ବିଷୟରେ ଆଲୋକପାତ କରିବା ସହ ଏସବୁ ବିରୋଧ ରେ ମହିଳା ଓ ପୁରୁଷ ସମlନ୍ତରାଳ ଭାବେ ଲଢ଼ିବା ର ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିବା ସହ ନାରୀ ସଶକ୍ତିକରଣ ତଥା ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ.ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନେ ମଧ୍ୟ ମହିଳା ଦିବସ ପାଳନ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ ଏବଂ ନାରୀ ନିର୍ଯାତନା ର ଆଇନଗତ ଦିଗ ଉପରେ ଆଲୋକପାତ କରି ସମାଜ ରେ ଉଭୟ ମହିଳା ଓ ପୁରୁଷ ସମସ୍ତ ପ୍ରକାର କୁତ୍ସିତ ଚିନ୍ତାଧାରା କୁ ପରିହାର କରି ଏକ ସୁସ୍ଥ ସମାଜ ଗଠନ ରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ. ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ରୁପଭାନୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ମମତାମୟୀ ବିଶ୍ୱାଳ,ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକ ,ଲୋକାଲ କମ୍ପ୍ଲେନ କମିଟି (LCC) ର ଅଧ୍ୟକ୍ଷା ବିନୋଦିନୀ ରଥ ଓ LCC ର ସଦସ୍ୟା କାବେରୀ ମିଶ୍ର, ଜିଲ୍ଲା ମିଶନ ଶକ୍ତି ଫେଡେରେସନ ର ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାସ ଙ୍କ ସମେତ ବିଭିନ୍ନ ICDS ର ସିଡିପିଓ,ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ସ୍ୱାଧlର କେନ୍ଦ୍ର ର ପରିଚାଳିକା ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *