ବାରିପଦା :ତା.05-03-2023ରିଖ. ଆଜି ସନ୍ଧ୍ୟା 06 ଘଟିକା ସମୟ ରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ମୟୁରଭଞ୍ଜ ଙ୍କ ଆନୁକୂଲ୍ୟ ରେ ଏକ ପାଞ୍ଚ ଦିନିଆ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ର ଶୁଭାରମ୍ଭ ହୋଇଯାଇଛି. ମୟୁରଭଞ୍ଜ ଜ଼ିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନିତ ଅତିଥି ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ବାଙ୍ଗରିପୋଷୀ ବିଧାୟକ ସୁଦାମ ମାର୍ଣ୍ଡି ଙ୍କ ଉପସ୍ଥିତି ରେ ଫିତା କାଟି ପ୍ରଦର୍ଶନୀ କୁ ଶୁଭ ଉଦଘାଟନ କରିଥିଲେ. ଏହାପରେ ପ୍ରଦର୍ଶନୀ ରେ ବସିଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ. ଓଡିଶା ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ଉଦ୍ୟୋଗୀ ଚିନ୍ତା ଧାରା କୁ ସମ୍ମାନ ଜଣାଇ ପ୍ରତିବର୍ଷ ଆମ ରାଜ୍ୟ ରେ ମାର୍ଚ୍ଚ 5 ତାରିଖ ରୁ 9 ତାରିଖ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରାଯାଇଥାଏ.ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମାର୍ଚ୍ଚ 5 ତାରିଖ ରୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ବାରିପଦା ଛଉ ପଡିଆ ଅନୁଷ୍ଠିତ ଉକ୍ତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ -2023 ପାଞ୍ଚ ଦିନ ଧରି ଚାଲିବ. ଚଳିତ ବର୍ଷ ଏହା ବୃହତ ଆକାର ରେ ଜିଲ୍ଲା ସ୍ତରରେ ଆୟୋଜିତ ହେଉଛି ଯଦ୍ୱାରା ଜିଲ୍ଲା ର ସମସ୍ତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ହସ୍ତ ଶିଳ୍ପ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦନ ସାମଗ୍ରୀ ର ପ୍ରଦର୍ଶନୀ ତଥା ବିକ୍ରୟ ର ସୁଯୋଗ ପାଇ ପlରିବା ସହ ଭବିଷ୍ୟତରେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ଉପଯୁକ୍ତ ବଜାର ର ସୁଯୋଗ ପାଇ ପାରିବେ ଏବଂ ଛୋଟ ଛୋଟ ଉଦ୍ୟୋଗୀ ମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବା ସହ ଅର୍ଥନୈତିକ ଦୃଷ୍ଟି ରୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବ ଯଦ୍ୱାରା ସେମାନଙ୍କ ଜୀବନ ଶୈଳୀ ରେ ପରିବର୍ତନ ହେବା.ଏହି ପ୍ରଦର୍ଶନୀ ରେ ମୋଟ 100 ଗୋଟି ଷ୍ଟଲ ନିର୍ମାଣ କରାଯାଇ ସ୍ଥାନୀୟ ଶିଳ୍ପଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତ ଶିଳ୍ପ କାରିଗର, ଓରମାସ, ମିଶନ ଶକ୍ତି ଓ ସ୍ବେଛାସେବୀ ସଂଗଠନ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି . ଉକ୍ତ ପ୍ରଦର୍ଶନୀ ରେ କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ରୁ ମଧ୍ୟ ବିଭିନ୍ନ ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି.ଉକ୍ତ ପ୍ରଦର୍ଶନୀ ପ୍ରତ୍ୟେକ ଦିନ ପୂର୍ବାହ୍ନ 10 ଘଟିକା ରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଇଁ ଖୋଲା ରହିବ.ଏହାଛଡା ପ୍ରତିଦିନ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଲୋକମାନଙ୍କୁ ଅବଗତ କରାଇବା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଏବଂ ଶିକ୍ଷlନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ.

Leave a Reply

Your email address will not be published. Required fields are marked *