ସବୁଦିନ ପାଇଁ ଆଖି ବୁଜିଲେ ଯୁବ ସମାଜସେବୀ ଧୀରେନ୍ଦ୍ର ଦାସ ଅଧିକାରୀ।

ବାରିପଦା – ତା :- 05/03/2023 ରିଖ(ସଂଜୀବ କୁମାର ରଣଜିତ ) ବାରିପଦା ପୌରପାଳିକା ଅଧିନ ବାରିପଦା କଲେଜ ନିକଟ ୱାର୍ଡ ନଂ ୧୮ ଯମୁନାଦେଇପୁର ନିବାସୀ ଯୁବକ ଧୀରେନ୍ଦ୍ର ଦାସ ଅଧିକାରୀ ଆଜି ୫୦ ବର୍ଷ ବୟସରେ ହୃଦ ରୋଗରେ ଇହଧାମ ଛାଡ଼ି ଚାଲିଯାଇଛନ୍ତି।ଯାହାଙ୍କ ମୃତ୍ୟୁବରଣ ଖବର ପାଇଲା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନାନୁସାରେ ସ୍ବର୍ଗତ ଧୀରେନ୍ଦ୍ର ଦାସ ଅଧିକାରୀ ଜଣେ ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ତାଙ୍କର ଦାମୋଦରପୁର ଛକରେ ଏକ ଔଷଧ ଦୋକାନ ରହିଛି।ଯେଉଁଠାରେ ଗରିବଙ୍କ ପାଇଁ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଥିଲା। ବିନା ମୂଲ୍ୟରେ ସେ ସେମାନଙ୍କୁ ଔଷଧ ଯୋଗାଉଥିଲେ।ତାଙ୍କର ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ଭାଦବ ହାଁସଦା, କାଉନସିଲର ସବିତା ପାଲ, ପୂର୍ବତନ କାଉନସିଲର ଦର୍ପ ନାରାୟଣ ପାଲ, ଛତିଶ ମହାକୁଡ଼, ବିଶ୍ୱ ରଞ୍ଜନ ସାମଲ, ରବୀନ୍ଦ୍ର ମହାନ୍ତ, ସମାଜସେବୀ ସୋମନାଥ ସିଂହ, ପରିତୋଷ ଦାଶ, ମହେନ୍ଦ୍ର ଦାସ, ଭାଇ ଜ୍ଞାନେନ୍ଦ୍ର ଦାସ ଅଧିକାରୀ, ବହୁ ଡାକ୍ତର, ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ଯମୁନାଦେଇପୁର ସ୍ଥିତ ବାସଭବନରେ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ।ତେବେ ଶେଷ କୃତ୍ୟ ସମ୍ପନ୍ନ ପାଇଁ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଜଳେଶ୍ୱର ସ୍ଥିତ ଚୁରମରା ଗ୍ରାମକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ନିଆଯାଇଥିବାବେଳେ ତାଙ୍କର ଏକ ମାତ୍ର ପୁତ୍ର ଲକି ମୁଖାଗ୍ନି ଦେଇଛନ୍ତି।

Leave a Reply

Your email address will not be published. Required fields are marked *