ବାରିପଦା – ତା :- 04/03/2023 ରିଖ ସ୍ଥାନୀୟ ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ, ମୟୁରଭଞ୍ଜ ଅବସରରେ ଜିଲ୍ଲା ସ୍ତରୀୟ ଆଲୁମନି ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦର୍ଶନୀରେ ସମସ୍ତ 26 ବ୍ଲକର ସଫଳ ରୂପାୟନ କରିଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନ ଅଂଶ ଗ୍ରହଣ କରିଥିଲେ I ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ପୂର୍ବତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ କରିଥିବା ପ୍ରକଳ୍ପ ଗୁଡିକର ଫୋଟୋ ଓ ଭିଡ଼ିଓ ପ୍ରଦର୍ଶନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏହି ନିଆରା କାଯ୍ୟକ୍ରମରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଆୱାନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଡ଼ ପ୍ରଶାନ୍ତ କୁମାର ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ, ବାଙ୍ଗିରିପୋଷି ଗୌତମ ପାତ୍ର, ବିଜାତଳା ନାଫIଲ ମୁଣ୍ଡା, ଶୁଳିଆପଦା ମାଳତୀ ଟୁଡୁ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ତଥା ବୈଶିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ର କ୍ଷେତ୍ର ମୋହନ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମୋ ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ I ଶିକ୍ଷକ ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସୋମନାଥ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ I ସମଗ୍ର ଶିକ୍ଷା, ମୟୁରଭଞ୍ଜର ଯୋଜନା ସଂଯୋଜକ ଓ ମୋ ସ୍କୁଲ ଅଭିଯାନ ଦାୟିତ୍ୱରେ ଥିବା ମନୋଜ ଶର୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପବନ କୁମାର ସାହୁ, ଗଣେଶ ବେହେରା, ନମିତା ମହାନ୍ତ, ରଣଜିତ ରଣା, ହରିପଦ ବେହେରା, ଗୌରାଙ୍ଗ ଦେ ଓ ଦିଲ୍ଲୀପ ଘୋଷ ସହାୟତା କରିଥିଲେ I