ବାରିପଦା ତା 04-03-2023 ରିଖ. ଆଜି ମୁର୍ଗାବାଡ଼ି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମବାୟ ବିଭାଗ ଓ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମବାୟ ବ୍ୟାକିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ମୟୁରଭଞ୍ଜ ଜିଲ୍ଲାପାଳ ତଥା ମୟୁରଭଞ୍ଜ ଜିଲ୍ଲା ସମବାୟ ସମିତି ସମୂହ ର ମୁଖ୍ୟ ନିବନ୍ଧକ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହ ପ୍ରଦୀପ ପ୍ରଜ୍ଜଳନ କରି ଉକ୍ତ କାର୍ଯ୍ୟକ୍ରମ କୁ ଶୁଭଉଦଘାଟନ କରିଥିଲେ.କରଞ୍ଜିଆ ଉପଖଣ୍ଡ ସମବାୟ ସମିତି ସମୂହ ର ସହ ଉପ ନିବନ୍ଧକ ନିମନ୍ତ୍ରିତ ଅତିଥି ତଥା ଉପସ୍ଥିତ ଥିବା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଆଜିର ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ପ୍ରତିପାଦନ କରିଥିଲେ. ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ କି ସମବାୟ ଆନ୍ଦୋଳନ କୁ ତରାନ୍ୱିତ କରିବା ଏବଂ କୃଷକ ମାନଙ୍କୁ ଆର୍ଥିକ ସଶକ୍ତି କରଣ କରିବା ସହ ସମିତି ସଦସ୍ୟ ମାନଙ୍କୁ ବ୍ୟାକିଙ୍ଗ ସେବା ଉପଲବ୍ଧ କରାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ. କାରଣ ଚାଷୀ ପାଇଁ ଋଣ ର ଆବଶ୍ୟକତା ଏବଂ ଉଚିତ ସମୟ ରେ ଚାଷୀଙ୍କୁ ଋଣ ଯୋଗାଇ ଦେବା ଦୁଇଟି ଜିନିଷ ଗୁରୁତ୍ୱପୂର୍ଣ୍ଣ. ତେଣୁ ବର୍ତମାନ ସମୟ ରେ ଏହି ବ୍ୟାକିଙ୍ଗ ସେବା କୁ ଚାଷୀ ଙ୍କ ଦ୍ୱାରସ୍ତ କୁ କେମିତି ପହଞ୍ଚା ଯାଇ ପାରିବ ଏବଂ ଚାଷୀ ମାନେ କିପରି ବିନା ପ୍ରତିବନ୍ଧକ ରେ ଋଣ ପାଇ ପାରିବେ ସେ ସମ୍ବନ୍ଧରେ ସମବାୟ ବ୍ୟାଙ୍କ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ.ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ କାର୍ଯ୍ୟକ୍ରମ ଉପରେ ସୁଚିନ୍ତିତ ମତ ରଖିଥିଲେ ଏହି ଅବସରରେ ଜିଲ୍ଲପାଳ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଅନ୍ୟାନ୍ୟ ଗୋଷ୍ଠୀ ଓ ବ୍ୟକ୍ତି ବିଶେଷ ଙ୍କୁ ବ୍ୟାଙ୍କ ମଂଜୁର କରିଥିବା ଋଣ ଅର୍ଥ ଚେକ ଆକାର ରେ ପ୍ରଦାନ କରିଥିଲେ.ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସମବାୟ ବିଭାଗ ର ସ୍ୱତନ୍ତ୍ର ସଚିବ ସୁଦର୍ଶନ ସେଠି, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ଅଧ୍ୟକ୍ଷ ସୁବ୍ରମନିୟମ ମହାନ୍ତି, ସମବାୟ ସମିତି ସମୂହ ର ଉପ ନିବନ୍ଧକ କୃଷ୍ଣ ଚନ୍ଦ୍ର ଦାସ, କେନ୍ଦ୍ର ସମବାୟ ବ୍ୟାଙ୍କ ର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ମଢେଇ ନାବାର୍ଡ ଅଧିକାରୀ ସ୍ମୃତି ରଞ୍ଜନ ପଟ୍ଟନାୟକ,ଉଦ୍ୟାନ କୃଷି ଡେପୁଟି ଡିରେକଟର ରମାକାନ୍ତ ଗିରି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ପ୍ରମୁଖ ଙ୍କ ସମେତ ବିଭିନ୍ନ ସମବାୟ ସମିତି ର କର୍ମକର୍ତା, ଲ୍ୟାମ୍ପ ପରିଚାଳକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ର କର୍ମକର୍ତ୍ତା ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *