ବାରିପଦା ତା 0୩ /0୩ /୨୩ ରିଖ, ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ୱକୁ ଭରଷା କରି ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟି ଯୁବ ସଂଗଠକ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆପ୍ ର ୩ ଜଣ ବିଧାୟକ ପାର୍ଥି ସମେତ ବହୁ ବରିଷ୍ଠ ଆପ୍ ନେତା ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦାନ କରିଛନ୍ତି l ସେମାନେ ହେଲେ ଚନ୍ଦନ କିସ୍କୁ ( ସରସକଣା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ବାଦଲ ହେମ୍ବ୍ରମ (ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ଲଦୁରାମ ସୋରେନ ( ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ଚାନ୍ଦ୍ରୟ ହାଁସଦା ( ଯୁବ ସଂଯୋଜକ ରାଜ୍ୟ ଆପ୍ ), ଅନିତା ମୁର୍ମୁ, ବିଜତାଳ ବ୍ଲକ ଏସ୍ଟି ମହିଳା ସଂଯୋଜକ, ରବୀନ୍ଦ୍ର ଗିରି, ବାଙ୍ଗରିପୋଷୀ ବିକାଶ ମଞ୍ଚ ସମ୍ପାଦକ, ବିରାମ ମୁର୍ମୁ, ମୋରଡା ନିର୍ବାଚନ ମଣ୍ଡଳୀ, ଦିପୁ କୁମାର ଟୁଡୁ, ରାଜ୍ୟସ୍ତରୀୟ ଫୁଟବଲ ଖେଳାଳୀ, ସୁଶୀଲ କିସ୍କୁ, ସାନ୍ତାଳୀ ଯାତ୍ରା କଳାକାର ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ଓ ଏସ. କେ ବାବୁ ବାରିପଦା ପ୍ରମୁଖ ଯୋଗଦେଇଛନ୍ତି l

Leave a Reply

Your email address will not be published. Required fields are marked *