ହରେକୃଷ୍ଣ ତ୍ରିପାଠୀ-କରଞ୍ଜିଆ-03/03/2023

କରଞ୍ଜିଆ ରେଞ୍ଜ ଚରୁଆଁ ରେଞ୍ଜରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ଦଳିଦେଲା ଗୋଠ ଛଡ଼ା ଦନ୍ତା । ତେବେ ଏହି ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ।
ସୂଚନା ଥାଉକି, କରଞ୍ଜିଆ ରେଞ୍ଜ ରରୁଆଁ ବ୍ଲକ୍ ବାଟି ସାହିରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ଅଳ୍ପକେ ବର୍ତ୍ତିଯାଇଛନ୍ତି ବୃଦ୍ଧଙ୍କ ସ୍ତ୍ରୀ । ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଆରମ୍ଭ ହୋଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ରୁଟିଆ ହେମ୍ୱ୍ରମ୍ । ଜଙ୍ଗଲ ରେ ନିଆଁ ଲଗାଇ ଦେଉଥିବା ରୁ ଗାଁ ଭିତରକୁ ଜୀବ ଜନ୍ତୁ ପାଇଆସୁଛନ୍ତି ସେଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ

Leave a Reply

Your email address will not be published. Required fields are marked *