ବାରିପଦା ତା-୦୨.୦୩.୨୦୨୩ରିଖ (ସଂଜୀବ କୁମାର ରଣଜିତ ) ଏସ୍ ୟୁ ସି ଆଇ ପକ୍ଷରୁ ବାରିପଦା ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶର ଜନସାଧାରଣ କରୋନା ଜନିତ ଆର୍ଥିକ ଦୁରାବସ୍ତାରୁ ଉଦ୍ଧାର ପାଇନଥିବା ବେଳେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରବୃଦ୍ଧି ପାଇଁ ଗରିବ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ସଙ୍କଟ ସମୟରେ ବୋଝ ଉପରେ ନଳିତା ବିଡା ସଦୃଶ ରନ୍ଧନ ଗ୍ୟାସର ମୂଲ୍ୟ ଚଳିତ ମାସରେ ୫୦ ଟଙ୍କା ବୃଦ୍ଧି ପାଇଛି।ସୂଚନାନୁସାରେ ଚଳିତ ବର୍ଷର ପ୍ରଥମ ଦୁଇ ମାସରେ ରୋଷେଇ ଗ୍ୟାସ୍ ମୂଲ୍ୟ ୭୫ ଟଙ୍କା ବଢ଼ିଛି। ଗତ ଜାନୁଆରିରେ ୨୫ ଟଙ୍କା ବଢ଼ିଥିବା ବେଳେ ମାର୍ଚ୍ଚ ୧ ତାରିଖରେ ଗ୍ୟାସ ଦାମ୍ ରେ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି।ଫଳରେ ରୋଷେଇ ଲାଗି ଗ୍ୟାସ୍ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ଗୋଟିଏ ୧୪.୨ କେଜି ସିଲିଣ୍ଡର କିଣିବା ଲାଗି ୧୧୨୯ ଟଙ୍କାରେ କ୍ରୟ କରିବାକୁ ପଡ଼ିବ।ଏଭଳି ସମୟରେ ଗରିବ ଓ ସାଧାରଣ ବର୍ଗ ପରିବାରର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମାନ କରାଯାଇପାରୁଥିବ ବୋଲି କହିଛି SUCI ଏବଂ ଉଜ୍ବଳା ଯୋଜନାରେ ଏଲ୍‌ପିଜି ଗ୍ୟାସ ସଂଯୋଗ ନେଇଥିବା ଲୋକମାନେ ମଧ୍ୟ ଏଭଳି ଚଢ଼ା ଦାମ୍‌ରେ ସିଲିଣ୍ଡର କିଣିବା ଏକପ୍ରକାର ଅସମ୍ଭବ ହୋଇପଡିଛି। ୨୦୧୪ ମାର୍ଚ୍ଚରେ ରୋଷେଇ ଗ୍ୟାସ୍ ଦାମ୍ ମାତ୍ର ୪୧୦ ଟଙ୍କା ଥିଲା ବେଳେ ତାହା ପ୍ରାୟ ତିନି ଗୁଣ ବଢ଼ି ୧୧୨୯ ଟଙ୍କା ହୋଇଛି। ଗତ ୮ ବର୍ଷ ଭିତରେ ରନ୍ଧନ ଗ୍ୟାସ୍ ଦାମ ୭୧୯ ଟଙ୍କା ବଢ଼ିଛି। ୨୦୨୧ ଜୁନ୍ ୧ ପରଠାରୁ ଲଗାତାର ନବମ ଥର ପାଇଁ ଗ୍ୟାସ୍ ଦାମ ବୃଦ୍ଧି ପାଇଛି । ଏଲ୍‌ପିଜି ମୂଲ୍ୟରେ ବାରମ୍ବାର ବୃଦ୍ଧି କରାଯିବା ପରେ ସବ୍‌ସିଡି ପରିମାଣ ନଗଣ୍ୟ ସ୍ତରକୁ ହ୍ରାସ ପାଇ ସିଲିଣ୍ଡର କିଣା ମୂଲ୍ୟ ଓ ବଜାର ମୂଲ୍ୟ ପ୍ରାୟ ସମାନ ହୋଇଯାଇଛି ବୋଲି କହିଛି suci । ଯଦି ଯଥାଶୀଘ୍ର ଗ୍ୟାସ ର ଦରବୃଦ୍ଧି କୁ ରୋକି ସୁଲଭ ଦରରେ ଜନସାଧାରଣଙ୍କୁ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆ ନ ଯାଏ ତେବେ ଆଗାମୀ ଦିନରେ ଏ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି SUCI।
ଏହି ବିକ୍ଷୋଭରେ କମ୍ରେଡ଼ ପିତାମ୍ବର ନାଏକ, କମ୍ରେଡ଼ ଫୁଲଚାନ୍ଦ ଲୋହାର, କମ୍ରେଡ଼ ସର୍ଦାର ସିଂ, କମ୍ରେଡ଼ ଯତୀନ ବାନରା, କମ୍ରେଡ଼ ବୁଦୁନି ବାନରା, କମ୍ରେଡ଼ ମାଣିକ ମୁଣ୍ଡା, କମ୍ରେଡ଼ ରଞ୍ଜିତ ସିଂ, କମ୍ରେଡ଼ ସୁଶାନ୍ତ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ। ।

Leave a Reply

Your email address will not be published. Required fields are marked *