ବାରିପଦା: ତା-୦୨/୦୩/୦୨୩ ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାର କ୍ରମାଗତଭାବେ ଅବହେଳା କରିଚାଲିଛନ୍ତି । ବାରମ୍ଵାର ଆନ୍ଦୋଳନ ସତ୍ତ୍ଵେ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ପ୍ରତିବାଦରେ ଆଜି ମାସା ଆର୍ମି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ତିରିଂଗେଟ୍ ରୁ ଭୁବନେଶ୍ୱର ରାଜଭବନ ଅଭିମୁଖେ ସାଇକେଲ ଯାତ୍ରା ବାହାରି ରାଇରଙ୍ଗପୁରରେ ପହଞ୍ଚିଛି। ଓଡିଶାରେ ସ୍ମରଣାତୀତ କେଉଁ ଯୁଗରୁ ଆଦିବାସୀମାନେ ବସବାସକରି ଆସୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାରେ ସ୍ଵତନ୍ତ୍ର ଭାଷା, ପ୍ରଥା, ପରମ୍ପରା ଓ ଧର୍ମୀୟ ବିଶ୍ୱାସ ସହ ୬୨ ପ୍ରକାରର ଆଦିବାସୀମାନେ ଦେଖିବାକୁ ମିଳନ୍ତି ସେମାନଙ୍କ ମଧ୍ୟରୁ ସାନ୍ତାଳ, ହୋ ଓ ମୁଣ୍ଡାମାନେ ମୁଖ୍ୟ ଆଦିବାସୀ ଗୋଷ୍ଠୀ ଅଟନ୍ତି । ସେମାନେ ସାନ୍ତାଳୀ, ହୋ ଓ ମୁଣ୍ଡାରୀ ପରି ସ୍ଵତନ୍ତ୍ର ଭାଷା ବ୍ୟବହାର କରନ୍ତି । ସାନ୍ତାଳୀ ହେଉଛି ଏକମାତ୍ର ଭାଷା ଯାହା ସମ୍ବିଧାନର ଅଷ୍ଟମ ଅନୁସୂଚିରେ ୨୦୦୩-୦୪ରେ ଅନ୍ତର୍ଭୁକ୍ତ ହୋଇ ସ୍ୱୀକୃତି ଲାଭ କରିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ୨୦୦୫ରେ ମାନ୍ୟତା ଲାଭ କରିଛି । ଅନ୍ୟପକ୍ଷରେ ହୋ ଓ ମୁଣ୍ଡାରୀ ଭାଷା ଅଣସ୍ଵୀକୃତ ପ୍ରାପ୍ତ ଭାଷା ଅଟନ୍ତି । ଏହି ଭାଷା ଗୁଡିକର ଏବେ ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇପାରିନାହିଁ । ଏହି ଭାଷାଗୁଡିକର ସ୍ୱତନ୍ତ୍ର ଲିପି ରହିଛି ଓ ଏହି ଲିପି ଗୁଡିକ ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ଭାବେ ଭଲ ପ୍ରସାର କରିନାହିଁ ଓ ଏହାର କାରଣ ହେଉଛି – ସରକାରଙ୍କ ପୃଷ୍ଟପୋଷକତାର ଅଭାବ, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ନ ରହିବା ତଥା ବିଦ୍ୟାଳୟ , ମହାବିଦ୍ଯାଳୟ ଓ ବିଶ୍ଵ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ନ କରିବା ଇତ୍ୟାଦି । ଯଦିଅ ସାନ୍ତାଳୀ ଭାଷା ଓଡ଼ିଶାର କେତେକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ପ୍ରଚଳନ କରାଯାଇଛି । କିନ୍ତୁ ଆବଶ୍ୟକ ଭିତ୍ତିଭୂମୀ ଯଥା- ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସାନ୍ତାଳୀ ଅଧ୍ୟାପକ ନିଯୁକ୍ତି ଓ ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଗୁଡିକରେ ସାମଗ୍ରିକଭାବେ ସାନ୍ତାଳ ଭାଷାର ପ୍ରଚଳନ ଓଡ଼ିଶା ସରକାରଙ୍କ ଦ୍ଵାରା କରାଯାଇନାହିଁ । ସାନ୍ତାଳୀ ଭାଷାପାଇଁ ନିୟମିତ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ,ବାରିପଦା ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ଯାଳୟ ବାରିପଦାରେ ବାରମ୍ଵାର ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନ ଦ୍ୱାରା ଦାବୀସ୍ୱତ୍ତେ ସୃଷ୍ଟି କରାଯାଇନାହିଁ । ଏଣୁ ଓଡ଼ିଶାରେ ସାନ୍ତାଳୀ ,ହୋ ଓ ମୁଣ୍ଡାରୀ ଭାଷାର ବିକାଶ ପାଇଁ ଦ୍ଵିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରଦାନର ଆବଶ୍ୟକତା ଅଟେ । ଦ୍ଵିତୀୟତଃ, ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ଦାବିମାନ ଅନ୍ତର୍ଭୁକ୍ତ । ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍‌ ପରେ ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଆଦିବାସୀମାନଙ୍କ ଏହି ବ୍ୟବସ୍ଥାକୁ ସ୍ଵୀକୃତି ଦେବାପାଇଁ ୧୯୯୬ ମସିହାରେ ପେସା ଅଧିନିୟମ ଜାରି ହୋଇଥିଲା । କେବଳ ବିଚାର ବ୍ୟବସ୍ଥା ନୁହେଁ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦର ମାଲିକାନାକୁ ମଧ୍ୟ ଏହି ପାଞ୍ଚ ପଞ୍ଚାୟତର ପାରମ୍ପରିକ ଗ୍ରାମସଭାକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟ ରହିଛି । ଆଦିବାସୀ ପାରମ୍ପରିକ ମୁଖ୍ୟ ମାଝୀ-ପାରଗାନା,ମାନକୀ-ମୁଣ୍ଡା, ପାହାଡି-ପଧାନ ଇତ୍ୟାଦିକୁ ଆବଶ୍ୟକ ସ୍ଵୀକୃତି ଦେବାର ଉଦ୍ୟମ କରି ଝାଡଖଣ୍ଡ ସରକାର ତାଙ୍କ ପାଇଁ ଭତ୍ତା ଦେବାର ବନ୍ଦବସ୍ତ କରିଛନ୍ତି । ପେସା ଅଧିନୀୟମ ଅନୁଯାୟୀ ଆଗାମୀ ଦିନରେ ତାଙ୍କୁ ଅଧିକ କ୍ଷମତା ଦେବାପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଏହି ପାରମ୍ପରିକ ବିଚାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଅଧ୍ୟାବଧି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏଥିରେ ତିରିଂ ଆସେକା ସମେତ ତିରିଂ ଏବଂ ବହଳଦାବାସୀମାନେ ବ୍ୟାପକଭାବେ ସ୍ଵାଗତ କରିଥିଲେ ।

Leave a Reply

Your email address will not be published. Required fields are marked *