(ସଂଜିବ କୁମାର ରଣଜିତ)
ତା.୦୧.୦୩.୨ ୦୨୩
ବାରିପଦା
ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗର
ଏସ୍ସିଏସ୍ଟି ଆର୍ଟିଆଇ (SCSTRTI) ଦ୍ଵାରା ଆୟୋଜିତ ଏବଂ ଓମାସି ସହାୟତାରେ ବାଙ୍ଗ୍ରିପୋଷି ବ୍ଲକ ଅନ୍ତର୍ଗତ ତରଡାପାଳ ଠାରେ ନିଝାରିବଡାମ କାରିଗର ଉତ୍ପାଦକ ସଂଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳା କାରିଗରମାନଙ୍କ ପାଇଁ ସବାଇଘାସ ସାମଗ୍ରୀର ବିବିଧକରଣ ଉପରେ ଫେବୃୟାରୀ ୨୦ ରୁ ମାର୍ଚ ୦୧ ତାରିଖ ପର୍ଯ୍ୟନ୍ତ
ଚାଲିଥିବା ୧୦ ଦିନିଆ ତାଲିମ ଶିବିର ୦୧ ତାରିଖରେ ଉଦ୍ଯାପିତ ହୋଇଯାଇଅଛି ।
ଏହି ତାଲିମ ଶିବରରେ ଅସନା, ଜୁନା, ତରଡାପାଳ, ଦରାସୁଂଟିଆ, ନାଖୁରା ଇତ୍ୟାଦି ଗ୍ରାମରୁ ୫୦ଜଣ ଆଦିବାସି ମହିଳା କାରିଗରମାନେ ଅଂଶଗ୍ରହଣ କରିଥିଲେ । ତାଲିମ ଶିବିରରେ ଉଦ୍ଯାପନୀ ଅବେଶନରେ ସ୍ବାଗତିକ ନାୟକ (HPO) ବାରିପଦା, ହସ୍ତଶିଳ୍ପ ବିଭାଗ, ମୟୂରଭଞ୍ଜ ଜିଲ୍ଲା, ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତଥିବା ଆଦିବାସୀ ମହିଳା କାରିଗରମାନଙ୍କୁ ଉତ୍ସାହିତ କରିଥିଲେ ।ଉଦ୍ଯାପନୀ ଅଧିବେଶନରେ ତାଲିମ ଶିବିରର ମୁଖ୍ୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ
କୁମାର କହିଥିଲେ ଯେ ମହିଳା କାରିଗରମାନେ ବହୁତ ଆଗ୍ରହର ସହିତ ୧୦ ଦିନ ବିଭିନ୍ନ
ଡିଜାଇନ୍ର ସାମଗ୍ରୀ ତିଆରି କରିବା ଶିଖୁଛନ୍ତି ଓ ଆଶା କରିଥିଲେ ଯେ ଏହି ନୂଆ ଡିଜାଇନ୍ର ସାମଗ୍ରୀ ତିଆରିକରି ସେମାନେ ନିଶ୍ଚୟ ସବାଇଘାସର ସାମଗ୍ରୀର ବଜାରରେ
ଚାହିଦା ବଢାଇପାରିବେ । ମହିଳା କାରିଗରମାନେ ଏହି ସାମଗ୍ରୀର ବିବିଧକରଣ କରି ସାବଲମ୍ବୀ ହୋଇପାରୁଛନ୍ତି । ସେ ଏସ୍ସିଏସ୍ଟିଆର୍ଟିଆଇ ଓ ଓମାସି ଙ୍କୁ କୃତଜ୍ଞତା ଜଣାଇଥିଲେ ଯେ ଏହି ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରୁଛନ୍ତି । କାରିଗରମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ
ଆଦିବାସୀ ମହିଳାମାନେ ଏକତ୍ରିତ ହୋଇ ସବାଇଘାସ ଶିଳ୍ପର ବିବିଧକରଣ କରି ଜିଲ୍ଲା,
ରାଜ୍ୟ ତଥା ଜାତୀୟ ସ୍ତରରେ ସବାଇଘାସ ସାମଗ୍ରୀକୁ ବେଶୀ ଆଦୃତ କରିପାରିବେ ଓ
ଏହାଦ୍ଵାରା ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ । ସେ କହିଥିଲେ ଯେ ଜିଲ୍ଲା ହସ୍ତଶିଳ୍ପ
ବିଭାଗ ତରଫରୁ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ କାରିଗର ମାନେ ସବାଇଘାସ
ଶିଳ୍ପର ଆହୁରି ଉନ୍ନତି କରିପାରିବେ । ତାଲିମ ଶିବିରର ଉଦ୍ଯାପନୀ ଅଧିବେଶନକୁ ଏସ୍ସିଏସ୍ଟିଆର୍ଟିଆଇର କାର୍ଯ୍ୟକ୍ରମ
ଅଧିକାରୀ ଶ୍ରୀ ଶିବ ପ୍ରସାଦ ପାତ୍ର ସଂଚାଳନ କରିଥିଲେ । ଶ୍ରୀଯୁକ୍ତ ବୁଧୁରାମ ପାତ୍ର, ଜିଲ୍ଲା
ସଂଯୋଜକ, ଏସ୍ସିଏସ୍ଟିଆର୍ଟିଆଇ ଧନ୍ୟବାଦ ଅର୍ପଣ କରିଥିଲେ । ନିଝାରି ବଡାମ କାରିଗର ଉତ୍ପାଦକ ସଂଗଠନର ସଭାନେତ୍ରୀ ସରସ୍ଵତୀ ନାୟକ, ସଂପାଦିକା ମାଳତୀ ନାୟକ ଓ କୋଷାଧକ୍ଷା ବିନ୍ଦୁମତୀ ନାୟକ ଅନ୍ୟ ସଭ୍ୟମାନଙ୍କ ସହିତ ମିଶି ତାଲିମ ଶିବିର ଆୟୋଜନ କରିବା ପାଇଁ ସହଯୋଗ କରିଥିଲେ ।